Below header

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।

ବଣାଇ : ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବଇଦପାଲିର ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟର ସେବାଶ୍ରମରେ ରହୁଥିବା ଛାତ୍ରୀମାନଙ୍କର ହଠାତ୍ ମୁଣ୍ଡ, ପେଟ ବଥା ହୋଇଥିଲା । ଅସୁସ୍ଥ ଅନୁଭବ ହେବା ପରେ ସମସ୍ତଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.