ଦିଲ୍ଲୀ : କାଲକାଜୀ ମନ୍ଦିରରେ ମାତାଙ୍କ ଜଗରାତା ସମୟରେ ଭାଙ୍ଗିଗଲା ଷ୍ଟେଜ, ଜଣେ ମହିଳା ମୃତ ୧୭ ଜଣ ଆହତ

ମାତାଙ୍କ ଜଗରାତା ଚାଲିଥିବା ସମୟରେ ଷ୍ଟେଜ ଭାଙ୍ଗିଗଲା କାରଣରୁ ଦିଲ୍ଲୀର କାଲକାଜୀ ମନ୍ଦିରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।

ମାତାଙ୍କ ଜଗରାତା ଚାଲିଥିବା ସମୟରେ ଷ୍ଟେଜ ଭାଙ୍ଗିଗଲା କାରଣରୁ ଦିଲ୍ଲୀର କାଲକାଜୀ ମନ୍ଦିରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ପୋଲିସ ଷ୍ଟେସନରେ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

କିନ୍ତୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ପ୍ରକାରର ଅନୁମତି ନିଆଯାଇ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି । ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ ହୋଇଥିଲେ । ସେଠାରେ ପ୍ରାୟ ୧୫୦୦ ରୁ ୧୬୦୦ ଲୋକଙ୍କ ସମାଗମ ହୋଇଥିଲା । ହେଲେ କିଏ ଜାଣିଥିଲା ଏପରି ଅଘଟଣ ହୋଇଯିବ ବୋଲି । ତେବେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।

ପୋଲିସର ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ସେଠାରେ ସମସ୍ତ ପ୍ରକାରର ଜିନିଷ ଉପରେ ତଦାରଖ କରିଛି । ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବାବେଳେ କେତେକଙ୍କ ଗୋଡ ଏବଂ ହାତ ଭଙ୍ଗି ଯାଇଛି । ଏହାକୁ ନେଇ ଆଇପିସିର ଧାରା ୩୩୭/ ୩୦୪A / ୧୮୮ ଅନୁଯାୟୀ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣା ସକାଳ ୧:୩୦ ରେ ଘଟିଥିବା କୁହାଯାଉଛି । କିନ୍ତୁ ବିଳମ୍ବ ରାତିରେ ଏହି ମାମଲାର ପୋଲିସ ପାଖରେ ରୁଜୁ କରାଯାଇଛି । ତେବେ ଏହି ଦୁର୍ଘଟଣାକୁ ନେଇ ବଲିଉଡର ଗାୟକ ବି ପ୍ରାକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.