Below header

ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ । ତଣ୍ଟି ଉପରେ ଠିଆ ହୋଇ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ । ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ନିଶାସକ୍ତ ସ୍ବାମୀ ।

ଭଦ୍ରକ : ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ । ତଣ୍ଟି ଉପରେ ଠିଆ ହୋଇ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ । ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ନିଶାସକ୍ତ ସ୍ବାମୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ହେଉଛି ଭଦ୍ରକ ଟାଉନ ଥାନା ଗବସାହିର ।

ଗାଁର ପଦ୍ମଲୋଚନ ଜେନା ଗେଲଟୁଆ ଗାଁର ଅନୁସୟା ଜେନାଙ୍କୁ ବିବାହ କରିଥିଲେ । ବିବାହ ବେଳେ ଅନୁସୟାଙ୍କ ପରିବାର ପକ୍ଷରୁ ନଗଦ ୧ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଦିଆଯାଇଥିଲା । ତେବେ ବାହାଘରର ୩ ବର୍ଷ ଭିତରେ ଅଧିକ ଯୌତୁକ ଆଣିବାକୁ ନେଇ ଅନୁସୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ପଦ୍ମ ଲୋଚନଙ୍କ ପରିବାର। ଏନେଇ ଜାଣିବା ପରେ ଅନୁସୟାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାର ତଦନ୍ତ କରୁଛି ଭଦ୍ରକ ଟାଉନ ଥାନା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.