ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲେ ଡ୍ରାଇଭର, ନଚେତ ଚାଲି ଯାଇଥାନ୍ତା ଅନେକ ଅମୂଲ୍ୟ ଜୀବନ

ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଠିକ ସମୟରେ ବସଟିକୁ ପାଠାଗାର ଭିତରକୁ ପଶେଇ ଦେଇଥିଲେ । ଫଳରେ ଡ୍ରାଇଭର ଜଣଙ୍କ ବହୁ ଜୀବନ ବଞ୍ଚାଇ ଦେଇ ପାରିଛନ୍ତି ।

ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଠିକ ସମୟରେ ବସଟିକୁ ପାଠାଗାର ଭିତରକୁ ପଶେଇ ଦେଇଥିଲେ । ଫଳରେ ଡ୍ରାଇଭର ଜଣଙ୍କ ବହୁ ଜୀବନ ବଞ୍ଚାଇ ଦେଇ ପାରିଛନ୍ତି । ଖବର ଅନୁଯାୟୀ, ଜିଲ୍ଲାର ୨୧୦ ଜଣ ବରିଷ୍ଠ ନାଗରିକ “ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା” ଅଧୀନରେ ତୀର୍ଥଯାତ୍ରା କରିବାକୁ ପଞ୍ଜୀକୃତ କରିଥିଲେ । ସେମାନେ ରାୟଗଡା ରେଳ ଷ୍ଟେସନରୁ ଟ୍ରେନରେ ଯିବାର ଥିଲା ।

ଶନିବାର ସନ୍ଧ୍ୟାରେ ଷ୍ଟେସନକୁ ନେବା ପାଇଁ ତିନୋଟି ଘରୋଇ ବସ୍ ବ୍ୟବସ୍ଥା କରାଯାଇଥିଲା । ତୀର୍ଥଯାତ୍ରୀଙ୍କ ସହ ଦୁଇଟି ବସ୍ କୋରାପୁଟ ସହରରେ ସଂସ୍କୃତ ଭବନ ଛାଡିଥିବା ବେଳେ ଅନ୍ୟ ଯାତ୍ରୀମାନେ ତୃତୀୟ ବସ ପାଇଁ ଅପେକ୍ଷା କରିଥିଲେ । ସମସ୍ତ ପଞ୍ଜୀକୃତ ବରିଷ୍ଠ ନାଗରିକ ତୃତୀୟ ବସ୍‌ରେ ଚଢିବା ପରେ ଏହି ସ୍ଥାନ ଛାଡି ବସଟି ଚାଲିଥିଲା । କିଛି ଦୂର ଯିବା ପରେ ବସ୍ ଡ୍ରାଇଭର ଜାଣିବାକୁ ପାଇଥିଲେ ଯେ ବସର ବ୍ରେକ୍ କାମ କରୁନାହିଁ । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ନେବାକୁ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ସମୟରେ ଏହି ବସ ଦୁର୍ଘଟଣା ଘଟିଥିଲା ।

ଜିଲ୍ଲାପାଳ ଅଫିସ ଠାରୁ ସଂସ୍କୃତି ଭବନ କଳା ମନ୍ଦିର ଛକ ଦେଇ ୨୬ ନଂ ଜାତୀୟ ରାଜପଥ ପାରି ହୋଇ ବଜାର ମଧ୍ୟଦେଇ ଶେଷରେ ବିଜୁ ପାଠାଗାର ମଧ୍ୟରେ ପସିଯାଇଥିଲା ବସ । ବସ୍ ସ୍ପିଡ୍ ଥିବାରୁ ଡ୍ରାଇଭର ଏହାକୁ ଅଟକାଇ ପାରିନଥିଲେ ଏବଂ ନିଜ ଉପସ୍ଥିତ ବୁଦ୍ଧି ଲଗାଇ ଗାଡିଟିକୁ ବିଜୁ ଲାଇବ୍ରେରୀରେ ପଶେଇ ଦେଇଥିଲେ । ଏହାର ପ୍ରଭାବରେ ଲାଇବ୍ରେରୀର ଏକ କାନ୍ଥ ଭୁଶୁଡି ପଡିଥିବା ବେଳେ ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଠିକ ଅଛନ୍ତି ବୋଲି ସୂଚନା ମିଳିଛି ।

ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ବଜାର ମଧ୍ୟରେ ୨୦୦ ମିଟର ଦୂର ଅତିକ୍ରମ କରିବା ପରେ ବ୍ରେକ ଫେଲ ହୋଇ ଏଭଳି ଦୁର୍ଘଟଣା ଘଟିଥିଲା । ଏହାପରେ ଏଠାରେ ସ୍ଥାନୀୟ ଲୋକଙ୍କର ଖୁବ ଭିଡ଼ ଜମିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭିଡକୁ ନିୟନ୍ତ୍ରୀତ କରୁଥିବା ଜଣାପଡିଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.