Below header

ଖାଇବାକୁ ନପାଇ ଧାମରା ପୋର୍ଟ ଛାଡ଼ିଲେ ୫୦ରୁ ଅଧିକ ଶ୍ରମିକ

ଭଦ୍ରକ: ଖାଇବାକୁ ନପାଇ ଧାମରା ପୋର୍ଟ ଛାଡ଼ିଲେ ଶ୍ରମିକ । ପାଖାପାଖି ୫୦ରୁ ଅଧିକ ଶ୍ରମିକ ଚାଲିଚାଲି ନିଜ ଘର ବିହାର ଓ ୟୁପିକୁ ଯିବା ପାଇଁ କମ୍ପାନୀ ଛାଡ଼ିଥିବା ଜଣାପଡ଼ିଛି । କରୋନା ଲକଡାଉନ ପାଇଁ ପୋର୍ଟ ବନ୍ଦ ଥିବାରୁ କର୍ମଚାରୀ ମାନେ ପୋର୍ଟ ଭିତରେ ରହିଥିଲେ । ସେମାନଙ୍କୁ ଖାଇବା ପାଇଁ ମାତ୍ର ୬୦ ଟଙ୍କା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ । ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କେହି ଶୁଣୁନଥିବା ସେମାନେ କହିଛନ୍ତି । ଏପରିକି ଘରକୁ କେମିତି ଫେରିବେ ସେନେଇ ବ୍ୟବସ୍ଥା କରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି । କମ୍ପାନୀ କୌଣସି ବ୍ୟବସ୍ଥା ନକଲେ ଶ୍ରମିକ ମାନେ ଚାଲି ଚାଲି ନିଜ ରାଜ୍ୟକୁ ଫେରିଯିବେ ବୋଲି କହିଛନ୍ତି । ସେପଟେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.