ନୂଆପଡ଼ାର ମଣ୍ଡୋସିଲ ଗାଁରେ କାଳବୈଶାଖୀର ତାଣ୍ଡବ, ଶହ ଶହ ସଂଖ୍ୟାରେ କଦଳୀ ଗଛ ଭାଙ୍ଗି ନଷ୍ଟ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ମଣ୍ଡୋସିଲ ଗାଁରେ କାଳବୈଶାଖୀର ତାଣ୍ଡବ। ଝଡ଼ବର୍ଷା ଯୋଗୁଁ ଚାଷୀଙ୍କ ଶହ ଶହ ସଂଖ୍ୟାରେ କଦଳୀ ଗଛ ଭାଙ୍ଗି ନଷ୍ଟ ହୋଇଯାଇଛି। ଯାହାଫଳରେ କଦଳୀ ଚାଷ ବ୍ୟାପକ ଭାବେ ନଷ୍ଟ ହେବାସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲା ଦେଇଛି। ବିଭିନ୍ନ ବ୍ୟାଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ନେଇ ଚାଷ କରିଥିବା ଚାଷୀ ଆଗକୁ ଋଣ କିପରି ପରିଶୋଧ କରିବେ ସେହି ଚିନ୍ତାରେ ଏବେ ଭାଙ୍ଗି ପଡ଼ିଛନ୍ତି । ଏନେଇ ସେମାନେ ଖଡ଼ିଆଳ ଉଦ୍ୟାନକୃଷି ବିଭାଗ ଅଧିକାରୀ ତଥା ଖଡ଼ିଆଳ ତହସିଲଦାରଙ୍କୁ ଜଣାଇବା ସହ କ୍ଷତି ପୂରଣ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.