ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ କଲା ପୋଲିସ୍ : ନଗଦ ୩ ଲକ୍ଷ ୨୨ ହଜାର ଟଙ୍କା ସହ ଜଣେ ଗିରଫ

ଜଳେଶ୍ୱର: ପୁଣି ବ୍ରାଉନସୁଗର ଜବତ କରିଛି ଜଳେଶ୍ୱର ପୋଲିସ୍ । ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ର ବ୍ରାଉନସୁଗର ସହ ନଗଦ ୩ ଲକ୍ଷ ୨୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛିି ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ ନିକଟରେ ଚଢାଉ କରିଥିଲା ପୋଲିସ୍ । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୮ ହଜାର ଟଙ୍କା । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ ।

Leave A Reply

Your email address will not be published.