ରାମମନ୍ଦିର ପରେ ଭାରତରେ ତିଆରି ହେଉଛି ବିଶ୍ବର ଉଚ୍ଚତମ ହନୁମାନ ମୂର୍ତ୍ତି, ଖର୍ଚ୍ଚ ହେବ ୧୨୦୦ କୋଟି ଟଙ୍କା

ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବା ପରେ ପୁଣି ଭାରତରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତି। କର୍ଣ୍ଣାଟକର କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି। ହାମ୍ପି ଟ୍ରଷ୍ଟ ଦ୍ବାରା ତିଆରି ହେବାକୁ ଥିବା ଏହି ମୂର୍ତ୍ତିର ଉଚ୍ଚତା ରହିବ ୨୧୫ ମିଟର। ଟ୍ରଷ୍ଟର ଅଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଆନନଦ ସରସ୍ବତୀ କହିଛନ୍ତି, ୧୨୦୦ କୋଟି ଟଙ୍କା ଖର୍ଚ୍ଚରେ ଅଞ୍ଜନା ଗିରି ପର୍ବତରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଏଠାରେ ଏକ ଭବ୍ଯ ମନ୍ଦିର ମଧ୍ୟ ନିର୍ମାଣ କରାଯିବ।

ହନୁମାନ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ, ଅଯୋଧ୍ୟ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହିତ ଆଲୋଚନା କରିବା ପରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଏହି ମୂର୍ତ୍ତି ସ୍ଥାପନ ପାଇଁ ଦେଶବ୍ୟାପି ଏକ ରଥ ପରିଭ୍ରମଣ କରାଯିବ । ସେହି ରଥ ଯାତ୍ରା ମାଧ୍ୟମରେ ସାଧାରଣ ଲୋକମାନଙ୍କ ଠାରୁ ଆର୍ଥିକ ସହଯୋଗ ପାଇଁ ନିବେଦନ କରାଯିବ।
କିସ୍କିନ୍ଦାରେ ତିଆରି ହେବାକୁ ଥିବା ହନୁମାନଙ୍କ ମୂର୍ତ୍ତିର ଉଚ୍ଚତା ୨୧୫ ମିଟର ହିଁ ରହିବ କାରଣ ଅଯୋଧ୍ୟ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ୨୨୧ ମିଟରର ହେବ। ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ୮୦ ଫୁଟର ଏକ ରଥ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଏହି ରଥ ୨ ବର୍ଷ ମଧ୍ୟରେ ତିଆରି ହେବ ଏବଂ ଏଥିପାଇଁ ୨କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

hunam

ତାଙ୍କ କହିବାନୁଯାୟୀ, ତ୍ରେତୟାଯୁଗରେ ଭଗବାନ ରାମ କିସ୍କିନ୍ଦା ଯାଇଥିଲେ। ସେହି ନରମ୍ପରାକୁ ଜୀବିତ ରଖିବା ପାଇଁ କିସ୍କିନ୍ଦାରେ ୨୧୫ ମିଟର ଉଚ୍ଚ ହନୁମାନ ମୂର୍ତ୍ତି ସ୍ଥାପନା କରାଯିବ। ମନ୍ଦିର ନିର୍ମାଣ ଦକ୍ଷିଣ ଭାରତୀୟ ଶୈଳୀରେ ପାଖାପାଖି ୨୦ ଏକର ଜମିରେ ହେବ। ୨୧୫ ମିଟର ହନୁମାନଙ୍କ ମୂର୍ତ୍ତି କପର ପ୍ଲେଟରେ ନିର୍ମାଣ ହେବ। ମୂର୍ତ୍ତିର ଛାତିରେ ରାମ ଏବଂ ସୀତା ବିରାଜମାନ ରହିବେ। ହନୁମାନଙ୍କ ଛାତିରେ ଥିବା ପ୍ରଭୁ ସୀତାରାମଙ୍କୁ ଦେଖିବା ପାଇଁ ଲିଫ୍ଟରେ ଉପରକୁ ଶ୍ରଦ୍ଧାଳୁ ଯାଇପାରିବେ। ମନ୍ଦିର ଏବଂ ମୂର୍ତ୍ତି ୧୨ ବର୍ଷରେ ତିଆରି ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

area

ମିଳିଥିବା ସୂଚନା ଅନୁସାରେ ଅଯୋଧ୍ୟ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ବିଶ୍ବର ସବୁଠାରୁ ଉଚ୍ଚ ମୂର୍ତ୍ତି ଭାବେ ପରିଗଣିତ ହେବ। ବର୍ତ୍ତମାନ ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜାଙ୍କ ମୂର୍ତ୍ତି ୨୧୨ ମିଟର ଏବଂ ଏହା ବିଶ୍ବର ସବୁଠାରୁ ଉଚ୍ଚ ମୂର୍ତ୍ତି ଭାବେ ପରିଗଣିତ ହେଉଛି। ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତି ୧୮୩ ମିଟର ଏବଂ ମୁମ୍ବାଇରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ମୂର୍ତ୍ତି ୧୩୭.୨ ମିଟର ରହିଛି।

Leave A Reply

Your email address will not be published.