Below header

କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ଭିତରକନିକାରୁ ୮୦ରୁ ଊର୍ଦ୍ଧ୍ବ ବସା ଠାବ

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ନଦୀ ନାଳ କଡରେ ମା କୁମ୍ଭୀର ବସା ତିଆରିକରି ଅଣ୍ଡାଦେବା ଆରମ୍ଭ କରିଛନ୍ତି । ଏନେଇ ବନବିଭାଗ ପକ୍ଷରୁ କୁମ୍ଭୀର ବସା ଠାବ କରିବା ପାଇଁ ଟିମ୍ ଗଠନ କରାଯାଇଛି । ଆଜି ପର୍ଯ୍ୟନ୍ତ ରାଜନଗର ବନଖଣ୍ଡର ବିଭିନ୍ନ ନଦୀ ନାଳମାନଙ୍କରେ ୮୦ରୁ ଊର୍ଦ୍ଧ୍ବ ବସା ଠାବ କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ମେ’ ମାସରୁ କୁମ୍ଭୀରମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ଏହାପରେ ମା’ କୁମ୍ଭୀରର ଅଣ୍ଡାଦେବା ସମୟ ଆସିଲେ ନିକଟରେ ମିଳୁଥିବା ହେନ୍ତାଳ ଓ ଖରଖରି ଘାସ ଜାତୀୟ ପତ୍ରକୁ ଗଦାକରି ତା ମଧ୍ୟରେ ଅଣ୍ଡା ଦେଇଥାଏ । ଅଣ୍ଡାଗୁଡିକୁ ଗୋଧି, ଛଚାଂଣ ଓ ଅନ୍ୟ ବନ୍ୟଜୀବ କବଳରୁ ସୁରକ୍ଷା ଦେବାପାଇଁ ନିକଟରେ ଜଗି ରହିଥାଏ ମା’ କୁମ୍ଭୀର। ଏହି ସମୟରେ ସେ ଅଧିକ ହିଂସ୍ରହୋଇ ଉଠିଥାଏ । ଏହିକାରଣରୁ ଭିତରକନିକା ଜାତୀୟ ଉଦ୍ୟାନକୁ ମେ ମାସ ଆରମ୍ଭରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆସିବାପାଇଁ ବାରଣ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.