Below header

ସ୍ମାର୍ଟ ହେବାକୁ ଯାଉଛି ଭାରତୀୟ ନ୍ୟାୟ ବ୍ୟବସ୍ଥା, ଏଣିକି Whatsappରେ ଜାରି କରାଯାଇ ପାରିବ ନୋଟିସ ଓ ସମନ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ପ୍ରବେଶ କଲା ନୂଆ ଟେକ୍ନୋଲୋଜି । ଖୁବ ଶୀଘ୍ର ସ୍ମାର୍ଟ ହେବାକୁ ଯାଉଛି ଆମ ନ୍ୟାୟ ବ୍ୟବସ୍ଥା । ଏଣିକି “ହ୍ଵାର୍ଟସ ଆପ୍”ରେ ଅଦାଲତ ତରଫରୁ ଜାରି କରାଯାଇପାରିବ ନୋଟିସ ଓ ସମନ । ଆଇନ ଗତ ବୈଧ ହେଲା ହ୍ଵାର୍ଟସ ଆପ୍, ଟେଲିଗ୍ରାମ ଓ ଇ-ମେଲ । ଆଜି ଦେଶର ଉଚ୍ଚତମ ନ୍ୟାୟାଳୟ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏବେ ଠାରୁ ହ୍ଵାର୍ଟସ‌ ଆପ୍‌, ଟେଲିଗ୍ରାମ ଓ ଇ-ମେଲ ମାଧ୍ୟମରେ ବିଭିନ୍ନ ବିଚାର ବିଭାଗୀୟ କାର୍ଯ୍ୟ କରା ଯାଇପାରିବ । ଏହା ସମ୍ପୂର୍ଣ୍ଣ ରୂପେ ଆଇନଗତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଏସ ଏ ବୋବଡେ , ଜଷ୍ଟିସ ଆର.ଏସ ରେଡୀ ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କ ଦ୍ୱାରା ଖଣ୍ଡପୀଠ ଏହି ନଷ୍ପତ୍ତି ଶୁଣାଇଛନ୍ତି । ସୂଚନା ଦେବା ଯୋଗ୍ୟକି, କରୋନା ମହାମାରୀ ନେଇ ଜାରି ହୋଇଥିବା ଲକଡାଉନ ସମୟରେ ନୋଟିସ ଓ ସମନ୍‌ ପହଁଚାଇବା କଷ୍ଟସାଧ୍ୟ ହୋଇ ଯାଇଥିଲା । ସାଧାରଣ ଜନତାଙ୍କ ପାଖକୁ ପହଂଚି ପାରିନଥିଲା ନ୍ୟାୟାଧୀଶଙ୍କ ନ୍ୟାୟ ।

ଏଭଳି ସମୟରେ ନ୍ୟାୟାଳୟର କାର୍ଯ୍ୟକୁ ପୂର୍ବ ଭଳି ଚାଲୁରଖିବା ପାଇଁ ନୂଆ ଟେକନୋଲୋଜିର ବ୍ୟବହାର ଆବଶ୍ୟକତା ରହିଛି । ଯାହାଦ୍ୱାରା ନ୍ୟାୟାଳୟ କାର୍ଯ୍ୟରେ କୌଣସି ପ୍ରକାର ବାଧା ଉପୁଜିବ ନାହିଁ | ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳ ଓ ସଲିସିଟର ଜେନରାଲ ତୁଷାର ମେହେଟାଙ୍କ ଅନୁଯାୟୀ ସମନ ଓ ନୋଟିସ ଜାରି କରିବା ପାଇଁ ହ୍ଵାର୍ଟସ ଆପ୍ ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । ହ୍ଵାଟସ ଆପ୍‌ ମାଧ୍ୟମରେ ପଠାଯାଉଥିବା ମେସେଜରେ ଦୁଇ ଥର ବ୍ଲୁ ଟିକ୍‌ ଆସିଲେ ଏହା ବୈଧ କୁହାଯାଇପାରିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏସ ଏ ବୋବଡେ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.