ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ, ୭ ରୁ ୧୧ ଟା ଯାଏ ଚାଲିବ କ୍ଲାସ୍

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ। ପ୍ରବଳ ଖରାକୁ ନେଇ ରାଜ୍ୟ ସରକାର ସ୍କୁଲ ପାଠପଢା ସମୟ ପରିବର୍ତ୍ତନ ହୋଇଛି । ସକାଳ ୭ରୁ ସାଢେ ୧୧ଟା ଯାଏ ପାଠପଢା ହେବ। ପ୍ରଥମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ଯାଏ ସକାଳୁଆ ପଢା ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ପ୍ରବଳ ଖରାକୁ ନେଇ ରାଜ୍ୟ ସରକାର ସ୍କୁଲ ପାଠପଢା ସମୟ ପରିବର୍ତ୍ତନ କରିଛନ୍ତି । ସକାଳ ୭ରୁ ସାଢେ ୧୧ଟା ଯାଏ ପାଠପଢା ହେବ। ପ୍ରଥମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ଯାଏ ସକାଳୁଆ ପଢା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ସରକାରୀ, ବେସରକାରୀ , ଅନୁଦାନ ପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ସ୍କୁଲରେ ଏହା ଲାଗୁ ହୋଇଛି । ଏହା ସହ ସ୍କୁଲରେ ଗ୍ରୀଷ୍ମ ମୁକାବିଲା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖାଯିବ । ବିଶୁଦ୍ଧ ପାନୀୟ ଜଳ ସହ ଓଆରଏସ ଏବଂ ଅନ୍ୟ ସାମଗ୍ରୀ ମହଜୁଦ ରଖାଯିବ । ଖରାର ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏହା ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଖୋଲା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.