Below header

ପୁଣି ବଢିବ ତାତି, ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ଖରା

ଆଗକୁ ଆହୁରି ବଢିବ ତାତି। ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ତାତି । ଆଗାମୀ ୨ଦିନରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ୩ ମାସ ଜାଳିବ । ଆଗକୁ ଆହୁରି ବଢିବ ତାତି। ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ତାତି । ଏପ୍ରିଲରୁ ଜୁନ ମଧ୍ୟରେ ଦେଶରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ । ଏହା ୧୦ରୁ ୨୦ ଦିନ ପର୍ଯ୍ୟନ୍ତ ରହିବ। ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରେ ପାରଦ ବଢିବ । ସେପଟେ ଆଜିଠୁ ବଢିବ ରାତିର ତାତି।

୮ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ତାପମାତ୍ରା ୪୦. ୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆଗାମୀ ୨ଦିନରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ୪ରୁ ୬ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବ । ଆଜି ଠାରୁ ରାତି ଉଷ୍ମ ରହିବା ସହ ଦିନ ଶୁଷ୍କ ଓ ଆଦ୍ର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.