Below header

ଆଜି ଆସିପାରେ ରାଜ୍ୟ କଂଗ୍ରେସର ପ୍ରାର୍ଥୀ ତାଲିକା, ୫୦ ବିଧାୟକ ଓ ୧୫ ଜଣ ସାଂସଦଙ୍କ ନାଁ ହୋଇପାରେ ଘୋଷଣା

ଆଜି ଆସିପାରେ ରାଜ୍ୟ କଂଗ୍ରେସର ପ୍ରାର୍ଥୀ ତାଲିକା । ୫୦ ବିଧାୟକ ପ୍ରାର୍ଥୀ ଓ ୧୨ରୁ ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଆସିପାରେ ରାଜ୍ୟ କଂଗ୍ରେସର ପ୍ରାର୍ଥୀ ତାଲିକା । ୫୦ ବିଧାୟକ ପ୍ରାର୍ଥୀ ଓ ୧୨ରୁ ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ସୂଚନା ଅନୁଯାୟୀ, ବାଲେଶ୍ବର ଲୋକସଭା ଆସନରୁ ଲଢ଼ିପାରନ୍ତି ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା । ୨୦୧୯ରେ ବାଲେଶ୍ବର ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ ପୂର୍ବତନ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଏଥର ସେ ବାଲେଶ୍ବରରୁ ଲଢ଼ିବା ପାଇଁ ମନା କରିଛନ୍ତି । କୋରାପୁଟରୁ ପୁଣି ରିପିଟ୍ ହୋଇପାରନ୍ତି ସାଂସଦ ସପ୍ତଗିରି ଉଲାକା । ଗତଥର ନିର୍ବାଚନରେ ରାଜ୍ୟରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ସେ ଜିତିଥିଲେ ।

ସେହିପରି କଂଗ୍ରେସରୁ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି ମାରିବେ ଜଣେ ଓଲିଉଡ ତାରକା । ଅଭିନେତା ମନୋଜ ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ଭୁବନେଶ୍ବରରୁ ୟାସିର ନୱାଜ ଓ କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ଦାସ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଜଗତସିଂହପୁରରୁ ପ୍ରତିମା ମଲ୍ଲିକ, ନବରଙ୍ଗପୁରରୁ ଭୁଜବଳ ମାଝୀ, ଢେଙ୍କାନାଳ ସସ୍ମିତା ବେହେରା ଓ ଭଦ୍ରକ ଲୋକସଭା ଆସନରୁ ଅନନ୍ତ ପ୍ରସାଦ ସେଠୀଙ୍କ ନାଁ ଚର୍ଚ୍ଚାରେ ରହିଛି ।  ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ପ୍ରାର୍ଥୀ ହୋଇପାରନ୍ତି  ।  ନର୍ଲାରୁ ଭକ୍ତଚରଣ ଦାସ ଓ ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.