ବିଦ୍ୟୁତ ତାର ନେଲା ଜୀବନ, ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଚନ୍ଦ୍ରଭାଗା ହେଲିପ୍ୟାଡ୍ ଛକ ନିକଟରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଖୁଣ୍ଟ ଭାଙ୍ଗି ରାସ୍ତାରେ ଝୁଲି ରହିଥିବା ୩୩ କେଭିର ବିଦ୍ୟୁତ ତାର ନେଲା ଜୀବନ । ସୂଚନାରୁ ପ୍ରକାଶ ଚନ୍ଦ୍ରଭାଗା ଯିବା ସମୟରେ ଜଣେ ବାଇକ ଆରୋହୀ ରାସ୍ତାରେ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି ।

ଗୋପ (କେନ୍ୟୁଜ): ଚନ୍ଦ୍ରଭାଗା ହେଲିପ୍ୟାଡ୍ ଛକ ନିକଟରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଖୁଣ୍ଟ ଭାଙ୍ଗି ରାସ୍ତାରେ ଝୁଲି ରହିଥିବା ୩୩ କେଭିର ବିଦ୍ୟୁତ ତାର ନେଲା ଜୀବନ । ସୂଚନାରୁ ପ୍ରକାଶ ଚନ୍ଦ୍ରଭାଗା ଯିବା ସମୟରେ ଜଣେ ବାଇକ ଆରୋହୀ ରାସ୍ତାରେ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ତାଙ୍କ ବେକ କଟିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି କରମଙ୍ଗା ଗାଁର ଭାସ୍କର ବେହେରା ।

ଅନ୍ୟପଟେ ଦୁର୍ଘଟଣା ପରେ ଚନ୍ଦ୍ରଭାଗା ସମେତ ବିଭିନ୍ନ ଅଞ୍ଚଳର ଶତାଧିକ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିବା ଜଣାପଡ଼ିଛି । ମୃତଦେହ ଧରି ପୁରୀ କୋଣାର୍କ ଜାତୀୟ ରାଜପଥ ଅବରୋଧ କରାଯାଇଛି । ପୁରୀ କୋଣାର୍କ ଚନ୍ଦ୍ରଭାଗା ବୁଲିବାକୁ ଆସୁଥିବା ଶହଶହ ପର୍ଯ୍ୟଟକଙ୍କ ଗାଡି ଏବେ ରାସ୍ତାରେ ଅଟକ ରହିଛି। କୋଣାର୍କ ରାମଚଣ୍ଡୀ ପୋଲିସ ଓ ଚନ୍ଦ୍ରଭାଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.