ରାଜ୍ୟରେ ପୁଣି ଆକାଶ ଛୁଆଁ ସୁନା ଦର, ଆଗକୁ ଆହୁରି ବଢିବ !

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୩୯୦ ଟଙ୍କା ରହିଛି । ସେହିପରି ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୩,୬୧୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୯,୩୯୦ ଟଙ୍କା ହୋଇଛି ।

ଆଜି ପୁଣି ବୃଦ୍ଧି ପାଇଛି ସୁନା ଦର । ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ। ତେବେ ସୁନାଗହଣା କିଣିବା ଆଗରୁ ଜାଣି ରଖନ୍ତୁ ଆଜି ବଜାରରେ ସୁନା ଦର କେତେ ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୬୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୩୯୦ ଟଙ୍କା ରହିଛି । ସେହିପରି ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୩,୬୧୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୯,୩୯୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୬୧୦ ଟଙ୍କା ଓ ୬୯,୩୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୩,୭୬୦ ଟଙ୍କା ଓ ୬୯,୫୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୪,୫୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୦,୪୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୩,୬୧୦ ଟଙ୍କା ଓ ୬୯,୩୯୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୮, ୭୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.