Below header

କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା, ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ହାତ ଛାଡ଼ିଲେ ଗଣେଶ୍ବର ବେହେରା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗଣେଶ୍ବର ବେହେରା । ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ରାଜ୍ୟରେ ଏବେ ଚାଲିଛି ଦଳ ଡିଆଁ । ହାତ ଛାଡ଼ିଲେ ଗଣେଶ୍ବର ବେହେରା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗଣେଶ୍ବର ବେହେରା । ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତାଫା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଥିଲେ ଗଣେଶ୍ବର ବେହେରା ।

ଗଣେଶ୍ବର ୧୯୮୫ରୁ ୧୯୯୦ ଏବଂ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର କଂଗ୍ରେସରୁ ପଟ୍ଟାମୁଣ୍ଡାଇ ବିଧାୟକ ଥିଲେ ।  ଏହି ସମୟରେ ଖାଦ୍ୟ ଓ ଯେଗାଣ, ଉଚ୍ଚଶିକ୍ଷା, ଅଭିଯୋଗ ଶୁଣାଣି ଓ ପେନସନ୍ ବିଭାଗ ମନ୍ତ୍ରୀ ମଧ୍ୟ ହୋଇଥିଲେ ।  କଂଗ୍ରେସ ଛାଡ଼ିବା ପରେ ଏବେ ଗଣେଶ୍ବର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଗତ ମାସେ ଭିତରେ ଜିଲ୍ଲାରୁ ଦଳ ଛାଡିଛନ୍ତି ଅଂଶୁମାନ ଓ ଅରବିନ୍ଦ । ଏମାନଙ୍କ ପରେ ଏବେ ବରିଷ୍ଠ ନେତା ଗଣେଶ୍ବର ଦଳ ଛାଡ଼ିବା ଘଟଣା କେନ୍ଦ୍ରାପଡା ରାଜନୀତି ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.