Below header

ସ୍ଲୋଗାନ୍ ନୁହେଁ କାମରେ କରି ଦେଖାଉଛନ୍ତି ରବିନ୍ଦ୍ର, ବୁଲି ବୁଲି ଲଗାଉଛନ୍ତି ଗଛ

ମାଟି ମା ଚାହୁଁଛି ସବୁଜ ଶାଢୀ ଲୋକେ ଚାହୁଁଛନ୍ତି ଗଛ ଲଗାଇବେ ଧାଡିକି ଧାଡି । ଗଛ ହିଁ ଆମର ପ୍ରକୃତ ବନ୍ଧୁ । ଅନ୍ୟ ଅର୍ଥରେ କହିବାକୁ ଗଲେ ବୃକ୍ଷ ହିଁ ଜୀବନ ।

ବ୍ରହ୍ମପୁର(କେନ୍ୟୁଜ): ମାଟି ମା ଚାହୁଁଛି ସବୁଜ ଶାଢୀ ଲୋକେ ଚାହୁଁଛନ୍ତି ଗଛ ଲଗାଇବେ ଧାଡିକି ଧାଡି । ଗଛ ହିଁ ଆମର ପ୍ରକୃତ ବନ୍ଧୁ । ଅନ୍ୟ ଅର୍ଥରେ କହିବାକୁ ଗଲେ ବୃକ୍ଷ ହିଁ ଜୀବନ । ହେଲେ ଅନେକ କ୍ଷେତ୍ରରେ ଏହା କେବଳ ଏକ ସ୍ଲୋଗାନରେ ରହିଯାଉଥିବାବେଳେ, ଏହାକୁ ବାସ୍ତବ ରୂପ ଦେଉଛନ୍ତି ହାତ ଗଣତି କିଛି ଲୋକ । ଏଇ ଯେମିତି ରବିନ୍ଦ୍ର ରଣା । ଯିଏ ବୁଲି ବୁଲି ସବୁଆଡେ ଲଗାଉଛନ୍ତି ଗଛ । ଏଥି ପାଇଁ ତାଙ୍କୁ ଗଛର ମଣିଷ ବୋଲି କୁହାଯାଉଛି ।

ଗାଁ ରୁ ଗାଁ, ସହର ରୁ ସହର ବୁଲି ଔଷଧୀୟ ଗଛ ଲଗାଉଛନ୍ତି କୋରାପୁଟ ନିବାସୀ ରବୀନ୍ଦ୍ର ରଣା। ସବୁଜ ବଳୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ୨୦୧୨ମସିହା ଜୁଲାଇ ମାସ ୧୫ତାରିଖରୁ ଏହି ଅଭିଯାନରେ ବାହାରିଛନ୍ତି ରବୀନ୍ଦ୍ର । ଅଯୋଧ୍ୟା ରାମ ମନ୍ଦିରରେ ବ୍ୟାପକ ଚନ୍ଦନ ଗଛ ରୋପଣର ଲକ୍ଷ୍ୟ ରଖିଛନ୍ତି ସେ ।

ଅପରପଟେ ଦେଖିବାକୁ ଗଲେ ବର୍ତମାନ ସମୟରେ ଲୋକେ ବିକାଶକୁ ପ୍ରାଧାନ୍ୟ ଦେଇ ଗଛ କାଟି ପଦା କରି ଦେବାକୁ ମଧ୍ୟ ପଛାଉନାହାନ୍ତି । ଏମିତି ଚାଲିଲେ ଆମ ସମସ୍ତଙ୍କୁ ଯେ ଭବିଷ୍ୟତରେ ଏକ ଘୋର ସମସ୍ୟାର ସାମ୍ନା କରିବାକୁ ପଡିବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଗଛର ମଣିଷ ବା ଟ୍ରିମ୍ୟାନ୍ ରବୀନ୍ଦ୍ର ରଣା ।

କୋରାପୁଟରୁ ବାହାରି ସେ ବ୍ରହ୍ମପୁରରେ ପହଁଚିବା ପରେ ପ୍ରଥମେ କଳିଙ୍ଗ ଟିଭି କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ, ମନ୍ଦିର ପ୍ରାଙ୍ଗଣରେ ଗଛ ଲଗାଇଛନ୍ତି । ତେବେ ଜୀବନ ବଞ୍ଚାଇବା ପାଇଁ ହେଲେ ଗଛ ଲଗାଇବା ନିହାତି ଜରୁରୀ ହୋଇଥାଏ । ତେଣୁ ରବୀନ୍ଦ୍ରଙ୍କ ଏହି ପ୍ରୟାସ ଅନ୍ୟ ମାନଙ୍କ ଠାରେ ଏକ ପରିବର୍ତନ ଆଣିବ ବୋଲି ବିଶ୍ୱାସ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.