ଏପ୍ରିଲ ୧୧ରୁ ସକାଳ ୭ଟାରୁ ୧୧ଟା ଯାଏ ସକାଳୁଆ ସ୍କୁଲ, ଜିଲ୍ଲାପାଳମାନେ ସ୍କୁଲ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ।

କେନ୍ୟୁଜ୍(ବ୍ୟୁରୋ): ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ । ଏପ୍ରିଲ ୧୧ରୁ ସକାଳ ୭ଟାରୁ ୧୧ଟା ୩୦ଯାଏ ସକାଳୁଆ ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ।
ପଶ୍ଚିମା ଝଡ଼ ପ୍ରଭାବରେକିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହୁଛି। ପୂରା ମାର୍ଚ୍ଚ ସାରା ଖରାର ପ୍ରକୋପ ଦେଖିବାକୁ ମିଳିନାହିଁ। କିନ୍ତୁ ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଯଦି ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସେ ତା’ ହେଲେ, ଦ୍ବିତୀୟ ସପ୍ତାହ ବେଳକୁ ତାପମାତ୍ରା ବଢ଼ିଯିବାର ଆଶଙ୍କା ରହୁଛି। ତାପମାତ୍ରା ବଢ଼ିବା ଦ୍ବାରା ସ୍କୁଲ ପିଲାମାନେ ଦିନ ବେଳା ପାଠପଢ଼ା ହେଲେ ପ୍ରଭାବିତ ହୋଇପାରନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।