Below header

ବିଦେଶରେ ପାଳନ ହେଲା ଉତ୍କଳ ଦିବସ, ମାତୃଭୂମି ଓ ମାତୃଭାଷା ପ୍ରତି ଶ୍ରଦ୍ଧା ସୃଷ୍ଟି କରିବାକୁ କରାଗଲା ସଚେତନ

ସାଉଦି ଆରବରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଉତ୍ସାହର ସହ ଉତ୍କଳ ଦିବସ ପାଳନ କରିଛନ୍ତି । ଏଠାକାର କଳିଙ୍ଗାନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ନିଜ ମାତୃଭୂମି ଓ ମାତୃଭାଷା ପ୍ରତି ଶ୍ରଦ୍ଧା ସୃଷ୍ଟି କରିବାକୁ ସଚେତନ କରାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ):  କେବଳ ରାଜ୍ୟ କି ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରାଯାଇଛି ଉତ୍କଳ ଦିବସ । ସାଉଦି ଆରବରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଉତ୍ସାହର ସହ ଉତ୍କଳ ଦିବସ ପାଳନ କରିଛନ୍ତି । ଏଠାକାର କଳିଙ୍ଗାନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ନିଜ ମାତୃଭୂମି ଓ ମାତୃଭାଷା ପ୍ରତି ଶ୍ରଦ୍ଧା ସୃଷ୍ଟି କରିବାକୁ ସଚେତନ କରାଯାଇଥିଲା ।

ବିଶେଷ କରି ବିଦେଶରେ ରହୁଥିବା ଛୋଟ ପିଲାମାନଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ କଳିଙ୍ଗାନ ଅନୁଷ୍ଠାନର ସଦସ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.