ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟର ଚେର ଖୋଜିବ କ୍ରାଇମବ୍ରାଞ୍ଚ, ଡିଏସପି DS ଚକ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ପହଞ୍ଚିଲେ

ଜାଲ ସାର୍ଟିଫିକେଟ ରାକେଟ ଘଟଣା କିପରି ଜଣାପଡିଲା ଓ ପୋଲିସ ଏଯାଏ କଣ ପଦକ୍ଷେପ ନେଇଛି ସେନେଇ ଆଲୋଚନା କରିଛନ୍ତି। ସେପଟେ ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ଟିମ୍‌ ତଦନ୍ତ କରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟର ଚେର ଖୋଜିବ କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଦଳର ୫ ଜଣିଆ ଟିମ୍‌ ବଲାଙ୍ଗିରରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଡିଏସପି DS ଚକ୍ରଙ୍କ ନେତୃତ୍ୱରେ ଦଳ ଯାଇ ବଲାଙ୍ଗିରରେ ଏସପି ନୀତିନ କୁଶଳକରଙ୍କ ସହିତ ଆଲୋଚନା କରିଛନ୍ତି। ଜାଲ ସାର୍ଟିଫିକେଟ ରାକେଟ ଘଟଣା କିପରି ଜଣାପଡିଲା ଓ ପୋଲିସ ଏଯାଏ କଣ ପଦକ୍ଷେପ ନେଇଛି ସେନେଇ ଆଲୋଚନା କରିଛନ୍ତି। ସେପଟେ ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ଟିମ୍‌ ତଦନ୍ତ କରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

ବଲାଙ୍ଗିର ଡାକ ବିଭାଗରେ ଗ୍ରାମୀଣ ଡାକସେବକ ପଦବୀ ପାଇଁ ନିଯୁକ୍ତି ବେଳେ ପଦାକୁ ଆସିଥିଲା ଜାଲ ସାର୍ଟିଫିକେଟର ଗୁମର। ୮୩ଟି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆଶାୟୀ ଆବେଦନ କରିଥିଲେ। ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ସମୟ ରେ ୩୭ଜଣ ଆବେଦନକାରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ନକଲି ବୋଲି ଜଣାପଡିଥିଲା। ବଲାଙ୍ଗିର ଡାକ ଅଧୀକ୍ଷକ ମାର୍ଚ୍ଚ ୨୪ତାରିଖରେ ଅଭିିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ଟାଉନ ପୋଲିସ। ଏହି ଘଟଣାରେ ରିଲାଏନ୍‌ସ ଏଜୁକେସନାଲ କମ୍ପ୍ଲେକ୍‌ସ କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.