ଚୀନ୍‌ ଓ ଭାରତକୁ ନିଜର ମୁଖ୍ୟ ମିତ୍ର ବୋଲି ରୁଷ କହିବା ପରେ ନାଟୋ କୂଟନୀତି, ସଂପର୍କ ବୃଦ୍ଧି ପାଇଁ ଅଫର ଦେଲା ନାଟୋ

ରୁଷର ଚିର ଶତ୍ରୁ ନାଟୋ ସହ ସଂପର୍କ ବଢ଼ାଇବ କି ଭାରତ ? ଅଫର ଦେଲା ନାଟୋ। ଚୀନ୍‌ ଓ ଭାରତକୁ ନିଜର ମୁଖ୍ୟ ମିତ୍ର ବୋଲି ରୁଷ କହିବା ପରେ ନାଟୋ କୂଟନୀତି ସରଗରମ। ଭାରତ ସହ ସଂପର୍କ ବଢ଼ାଇବାକୁ ନାଟୋ ବ୍ୟାକୁଳ। ନାଟୋରେ ଆମେରିକାର ସ୍ଥାୟୀ ପ୍ରତିନିଧି ଜୁନିଆନ ସ୍ମିଥ କହିଛନ୍ତି ।

ନୂଆଦିଲ୍ଲୀ : ରୁଷର ଚିର ଶତ୍ରୁ ନାଟୋ ସହ ସଂପର୍କ ବଢ଼ାଇବ କି ଭାରତ ? ଅଫର ଦେଲା ନାଟୋ। ଚୀନ୍‌ ଓ ଭାରତକୁ ନିଜର ମୁଖ୍ୟ ମିତ୍ର ବୋଲି ରୁଷ କହିବା ପରେ ନାଟୋ କୂଟନୀତି ସରଗରମ। ଭାରତ ସହ ସଂପର୍କ ବଢ଼ାଇବାକୁ ନାଟୋ ବ୍ୟାକୁଳ। ନାଟୋରେ ଆମେରିକାର ସ୍ଥାୟୀ ପ୍ରତିନିଧି ଜୁନିଆନ ସ୍ମିଥ କହିଛନ୍ତି, ଭାରତ ସହ ସଂପର୍କ ବୃଦ୍ଧି ପାଇଁ ନାଟୋର ଦ୍ୱାର ଉନ୍ମୁକ୍ତ। ଗତ ମାସରେ ରାଇସିନା ଡାଏଲଗରେ ଦୁଇ ପକ୍ଷ ମଧ୍ୟରେ ଏ ନେଇ ଅଣଆନୁଷ୍ଠାନିକ କଥାବାର୍ତ୍ତା ହୋଇଥିଲା।

ତେବେ ଆସନ୍ତା ସପ୍ତାହରେ ବ୍ରସେଲସରେ ହେବାକୁ ଥିବା ନାଟୋ ମନ୍ତ୍ରୀସ୍ତରୀୟ ବୈଠକକୁ ଭାରତକୁ ନିମନ୍ତ୍ରଣ କରଯାଇ ନାହିଁ। ଏହି ସାମରିକ ମେଣ୍ଟକୁ ନେଇ ଭାରତ କେତେ ଆଗ୍ରହୀ ତାକୁ ପ୍ରଥମେ ନାଟୋ ଦେଖିବ ବୋଲି ସ୍ମିଥ କହିଛନ୍ତି। ନାଟୋ ସହ ଭାରତ ସାମରିକ ବ୍ୟତୀତ ଅନ୍ୟ ସହଯୋଗ ବଢ଼ାଇ ପାରିବ। ଜାପାନ, ଅଷ୍ଟ୍ରେଲିଆ,ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଛି ନାଟୋ।

ତେବେ ଇଣ୍ଡୋ ପାସିଫିକ ଅଞ୍ଚଳକୁ ନାଟୋର ସୀମା ସଂପ୍ରସାରଣ ପାଇଁ ଯୋଜନା ନଥିବା ସ୍ମିଥ କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷତା ଅବଲମ୍ବନ କରି ଆସୁଛି। ତେବେ ଭାରତ ଓ ରୁଷର ଘନିଷ୍ଠତାକୁ ସାରା ବିଶ୍ୱ ଜଣେ। ପୂର୍ବରୁ ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ନିଜ ପକ୍ଷରେ ସାମିଲ କରିବାକୁ ବହୁ ଉଦ୍ୟମ କରି ବିଫଳ ହୋଇଛନ୍ତି।