Below header

କଟକ: ସେଲଟର ଛକ ବ୍ୟାଙ୍କ କଲୋନୀରେ ଅଭାବନୀୟ ଘଟଣା, ବନ୍ଦ ଘରୁ ଉଦ୍ଧାର ହେଲା ମାଆ ଝିଅଙ୍କ ମୃତଦେହ

କେନ୍ୟୁଜ୍(ବ୍ୟୁରୋ):  କଟକ ସେଲଟର ଛକ ବ୍ୟାଙ୍କ କଲୋନୀରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ୭ ମାସ ଛୁଆର ମଧ୍ୟ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ବନସ୍ମିତା ଓଝା । କଟକ ଏସ୍‌ବିଆଇ କଟକ ମେନ୍‌ ବ୍ରାଞ୍ଚର କର୍ମଚାରୀ ଥିଲେ ।

ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ବିଡାନାସି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ମହିଳାଙ୍କ ଦାଦା କହିଛନ୍ତି ବନସ୍ମିତାଙ୍କ କିଛିମାସ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିଲା । ଯାହାକୁ ନେଇ ସେ ଚିନ୍ତାରେ ଥିଲେ । ତାଙ୍କର ମାନସିକ ସ୍ଥିତି ଠିକ୍‌ ରହୁନଥିବା କହିଛନ୍ତି ମୃତ ମହିଳାଙ୍କ ଦାଦା ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.