Below header

ଗଣଶିକ୍ଷା ମନ୍ତ୍ରୀଙ୍କ ମାହାନତା, ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ଆଣି ହସ୍ପିଟାଲରେ ଭର୍ତ୍ତି କଲେ ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍(ବ୍ୟୁରୋ):  ମାନବିକତା ଦେଖାଇଲେ ମନ୍ତ୍ରୀ । ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ଆଣି ହସ୍ପିଟାଲରେ ଭର୍ତ୍ତି କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନିମାପଡ଼ା ଅଞ୍ଚଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ମନ୍ତ୍ରୀ ।

ପିପିଲି ଅନ୍ତର୍ଗତ ମତ୍ସ୍ୟ ପ୍ରଜନନ ଓ ଗବେଷଣା କେନ୍ଦ୍ର ନିକଟରେ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତି ଆହତ ହୋଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିଜ ଗାଡ଼ିରେ ଆଣି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମନ୍ତ୍ରୀ ସମୀର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.