କଟକ ଜିଲ୍ଲା ନରସିଂହପୁର, ବଡମ୍ବା ଓ ତିଗିରିଆ ବ୍ଲକରେ ବ୍ୟାପି ଚାଲିଛି କିଡନୀ ରୋଗ,ରୋଗର କାରଣ ଓ ନିରାକରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

କଟକ(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର, ବଡମ୍ବା ଓ ତିଗିରିଆ ବ୍ଲକର  କିଛି ଗାଁରେ ଦେଖାଦେଇଥିା କିଡନୀ ରୋଗର ନିରାକରଣ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର । ଆର.ଏମ୍‌.ଆର.ସିର ବିଶେଷଜ୍ଞ ମାନେ ରହିବେ। ଏମାନଙ୍କ ସହ ଏସସିବି ନେଫ୍ରୋଲୋଜି ବିଭାଗର କିଛି ବରିଷ୍ଠ ଡାକ୍ତର ଓ ଅନ୍ଯ ରାଜ୍ଯର କିଛି ବିଶେଷଜ୍ଞମାନେ ମିଳିତ ଭାବେ ବଢିଚାଲିଥିବା କିଡନୀ ରୋଗର କାରଣ ଖୋଜିବେ। ଏହା ସହ ନିରାକରଣର ବ୍ୟବସ୍ଥା କଣ ହେଇପାରେ,ସେ ନେଇ ଏହି ଟାସ୍କଫୋର୍ସ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କୁ ପରାମର୍ଶ ଦେବେ। ନରସିଂହପୁର ବ୍ଲକର ନିଜିଗଡ,ପାଇକପଡା ପାଟଣା,ଫୁଲପଡା,ରାଉତ ଭୂଇଁ ନୂଆପଲ୍ଲୀ ଗାଁରେ କିଡନୀ ଜନିତ ରୋଗ କାରଣରୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

ସେହିପରି  ବଡମ୍ବା ବ୍ଲକର ତେଲେଣିଆ,ଗମେଇ,ଜାନିସାହି,ଖଳିଢିପ,ଶସାଙ୍ଗ,ଆରଣ୍ଡା,ଖଳିମାଟି,ଛାଞ୍ଚୁଣିଆ,କାଦୁଅପଡା ଓ ତିଗିରିଆର ପୁରୁଣା ତିଗିରିଆ,ପାଇକିଆଁରା ଗାଁ ଗୁଡିକରେ ଗତ ପାଞ୍ଚ ର୍ଷ ଭିତରେ କିଡନୀ ଜନିତ ରୋଗରେ ଶହେରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।

ନରସିଂହପୁର ରେ ଏଥିପାଇଁ ସ୍ୱତନ୍ତ୍ର ଡାଏଲିସିସ ସେଣ୍ଟର ଖୋଲିଛି, ଯାହା ସଠିକ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି।ତେଣୁ ଏପରି ସ୍ଥଳେ ଟାସ୍କଫୋର୍ସ ଗଠନ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.