Below header

ଘର ଭିତରୁ ମିଳିଲା ମା’ ଓ ଝିଅଙ୍କ ମୃତଦେହ, ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ବାପଘର ଲୋକେ

ଖୋର୍ଦ୍ଧା (କେ ନ୍ୟୁଜ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାଟପୁରିଆ ଗାଁର ଏକ ଘରୁ ମା’ ଝିଅଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେହି ଗାଁର ଅଧିବାସୀ ଶିବ ପ୍ରସାଦ ପତିଙ୍କ ପତ୍ନୀ ରାଜଶ୍ରୀ ଓ ତାଙ୍କ ସାତ ବର୍ଷ ର କନ୍ୟା ସୁଶ୍ରୀ ଶ୍ୱେତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କଲାପରେ ପୋଲିସ ଉଭୟ ମୃତଦେହକୁ ଜବତ କରି ମୃତ ରାଜଶ୍ରୀଙ୍କ ବାପଘର ଲୋକଙ୍କୁ ଖବର ଦେଇଛନ୍ତି । ବାପା ଘର ଲୋକ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ କରିବା ସହ ଖୁବ ଶୀଘ୍ର ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ଖୋର୍ଦ୍ଧା ଆଦର୍ଶ ଥାନା ଇନଚାର୍ଜ ସୂଚନା ଦେଇଛନ୍ତି। ପାରିପାର୍ଶିକ ସ୍ଥିତିରୁ ସନ୍ଦେହ କରାଯାଉଛିକି ପାରିବାରିକ ଗଣ୍ଡଗୋଳ ଯୋଗୁ ଝିଅକୁ ମାରି ଦେଇ ରାଜଶ୍ରୀ ନିଜେ ଆତ୍ମହତ୍ୟା କରିଥାଇ ପାରନ୍ତି ।

କିନ୍ତୁ ଅନ୍ୟପକ୍ଷରେ ରାଜଶ୍ରୀଙ୍କ ପରିବାର ଲୋକେ ତାଙ୍କ ଝିଅ ଓ ନାତୁଣୀକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସତ୍ୟବାଦୀ ଥାନା ଅନ୍ତର୍ଗତ ଅଶ୍ୱିନୀ କୁମାର ପଣ୍ଡା, ଜ୍ୟୋସ୍ଥ। ପଣ୍ଡାଙ୍କ ବଡ଼ଝିଅ ହେଉଛନ୍ତି ରାଜଶ୍ରୀ ପତି । ଖୋର୍ଦ୍ଧା ଥାନା ଅନ୍ତର୍ଗତ ପାଟପୁରିଆ ଗାଁର ଶିବ ପ୍ରସାଦ ପତିଙ୍କୁ ସେ ୨୦୧୨ ମସିହା ମାର୍ଚ୍ଚ ୧୧ ତାରିଖରେ ବିବାହ କରିଥିଲେ। ତାଙ୍କର ମଧ୍ୟ ଗୋଟିଏ ସାତ ବର୍ଷର ଝିଅ ଅଛି।

ଆଜି ସକାଳୁ ରାଜଶ୍ରୀ ଏବଂ ସୁଶ୍ରୀର ମୃତଦେହ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ତୁରନ୍ତ ଖୋର୍ଦ୍ଧା ମେଡିକାଲକୁ ଆଣିଥିଲେ । ପୋଲିସ ମୃତଦେହ ଜବତ କରି ମୃତକଙ୍କ ସ୍ୱାମୀ ଶିଵ ପ୍ରସାଦକୁ ଅଟକ ରଖି ତଦନ୍ତ ଚଳାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.