ସୋସିଆଲ ଡିଷ୍ଟାନସିଙ୍ଗର ଅଜବ ଯୋଗାଡ଼, ମେଟ୍ରୋରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ Video ଭାଇରଲ

ବେଳେବେଳେ କିଛି ଲୋକ ଏମିତି ଯୋଗାଡ଼ କରିଥାନ୍ତି, ଯାହାର କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ଏବେ କରୋନା କାଳରେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି। କିନ୍ତୁ ଅନେକ ବାର ହଠାତ ଭିଡ଼ ଭିତରେ ଲୋକେ ଏହି ନିୟମକୁ ପାଳନ କରିବାରେ ଅସମର୍ଥ ହୋଇପଡ଼ନ୍ତି। ଏମିତି ସ୍ଥିତିରୁ ମୁକୁଳିବା ପାଇଁ ଜଣେ ବ୍ୟକ୍ତି ଅଜବ ଯୋଗାଡ଼ କରିଛନ୍ତି।

ଭାରତର ବିଜନେସମ୍ୟାନ ହର୍ଷ ଗୋଏଙ୍କା କିଛି ଦିନ ପୂର୍ବେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଥିଲେ। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ମେଟ୍ରୋରେ ଯାତ୍ରା କଲା ବେଳେ ସୋସିଆଲ ଡିଷ୍ଟାନସିଙ୍ଗ ପାଳନ କରିବା ପାଇଁ ଅଜବ ପ୍ରକାରର ଯୋଗାଡ଼ ଆପଣାଇଛନ୍ତି।

ବ୍ୟକ୍ତି ଜଣକ ନିଜକୁ ଚାରିପଟୁ କଭର କରିବା ପାଇଁ ପଲିଥିନ ବାକ୍ସ ବନାଇଛନ୍ତି ଏବଂ ଆରାମରେ ଯାତ୍ରା କରୁଛନ୍ତି। ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡ଼ିଓ ଉପରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.