Below header

ପୁଅ ଗାଡ଼ିରୁ ପଡ଼ିଗଲା ମା’, ଚାପିଦେଲା ଟ୍ରକ

ବାଲେଶ୍ଵର ଭୀମପୁରା ଅଞ୍ଚଳର ରାଜେନ୍ଦ୍ର ଦାସଙ୍କ ସ୍ତ୍ରୀ ପଦ୍ମାବତୀ ତାଙ୍କ ପୁଅ ଓ ନାତିଙ୍କ ସହ ଏକ ସ୍କୁଟି ଗାଡ଼ିରେ ଯାଉଥିଲେ। ହଠାତ ଭାରସାମ୍ୟ ହରାଇବାରୁ ସ୍କୁଟିରୁ ଖସି ପିଚୁ ରାସ୍ତାରେ କଚାଡି ପଡ଼ିଥିଲେ।

ନୀଳଗିରି(କେନ୍ୟୁଜ୍): ଚକାତଳେ ଚାଲିଗଲା ମାଆର ଜୀବନ। ଅଳ୍ପକେ ବର୍ତ୍ତିଲେ ପୁଅ ଓ ନାତି। ଆଜି ଦୁର୍ଗାପୂଜା ଭଳି ପବିତ୍ର ତିଥିରେ ଆଖି ଆଗରେ ଚାଲିଗଲା ମାଆର ଜୀବନ।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଚଣ୍ଡୀପୁର ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ ବାଲେଶ୍ଵର ଭୀମପୁରା ଅଞ୍ଚଳର ରାଜେନ୍ଦ୍ର ଦାସଙ୍କ ସ୍ତ୍ରୀ ପଦ୍ମାବତୀ ତାଙ୍କ ପୁଅ ଓ ନାତିଙ୍କ ସହ ଏକ ସ୍କୁଟି ଗାଡ଼ିରେ ଯାଉଥିଲେ। ହଠାତ ଭାରସାମ୍ୟ ହରାଇବାରୁ ସ୍କୁଟିରୁ ଖସି ପିଚୁ ରାସ୍ତାରେ କଚାଡି ପଡ଼ିଥିଲେ।

ସେହି ରାସ୍ତାରେ ଏକ ଟ୍ରକ ଆସୁଥିବା ବେଳେ ପଦ୍ମାବତୀଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିବା ବେଳେ ପୁଅ ନାତୀ ବର୍ତ୍ତି ଯାଇଛନ୍ତି। ନୀଳଗିରି ପୋଲିସ ଘଟଣା ସ୍ଥଳରେ ଯାଇ ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଶବକୁ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.