ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ତେଜ୍, ଲାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ବେଗରେ ବହିବ ପବନ

ଆଜି ମଧ୍ୟରାତି ପରେ ଭୋର ୩ରୁ ୪ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ । ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ସ୍ପିଡରେ ସ୍ଥଳଭାଗ ଛୁଇଁବ ତେଜ୍

କେନ୍ୟୁଜ୍(ବ୍ୟୁରୋ): ଆରବ ସାଗରରେ ଭୟଙ୍କର ରୂପ ଧାରଣ କରି ଆଗକୁ ବଢୁଛି ସାଇକ୍ଲୋନ୍ ତେଜ୍ । ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ଭାବରେ ୟେମେନ ମୁହାଁ ହୋଇଛି । ତେଜ୍ ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହାର ଘଣ୍ଟାପ୍ରତି ବେଗ ରହିଛି ୧୫ କିଲୋମିଟର । ଆଜି ମଧ୍ୟରାତି ପରେ ଭୋର ୩ରୁ ୪ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ।

ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ସ୍ପିଡରେ ସ୍ଥଳଭାଗ ଛୁଇଁବ ତେଜ୍ । ସେତେବେଳେ ଘଣ୍ଟାପ୍ରତି ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିପାରେ । ଏହା ବଢ଼ି ୧୫୦ କିଲୋମିଟର ଛୁଇଁବା ସମ୍ଭାବନା ରହିଛି । ଭାରତ ଉପକୂଳରେ ତେଜର ପ୍ରଭାବ ପଡ଼ିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.