Below header

ଦୁଇ ଶିଶୁଙ୍କୁ କୂଅରେ ପକାଇ ହତ୍ୟା ମାମଲା, ପିଶାଚୀ ମାଆକୁ ୧୧ ବର୍ଷ ଜେଲ୍

ପିଶାଚୀ ମାଆକୁ ୧୧ ବର୍ଷ ଜେଲ୍ । ବାଲିଗୁଡାରେ ଦୁଇ ଶିଶୁଙ୍କୁ କୂଅରେ ପକାଇ ମାଆ ହତ୍ୟା କରିବା ମାମଲାର ଆସିଲା ରାୟ । ହତ୍ୟାକାରୀ ମାଆକୁ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ବାଲିଗୁଡା ଅତିରିକ୍ତି ଜିଲ୍ଲା ଦୌରାଜଜ୍ ।

ବାଲିଗୁଡା : ପିଶାଚୀ ମାଆକୁ ୧୧ ବର୍ଷ ଜେଲ୍ । ବାଲିଗୁଡାରେ ଦୁଇ ଶିଶୁଙ୍କୁ କୂଅରେ ପକାଇ ମାଆ ହତ୍ୟା କରିବା ମାମଲାର ଆସିଲା ରାୟ । ହତ୍ୟାକାରୀ ମାଆକୁ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ବାଲିଗୁଡା ଅତିରିକ୍ତି ଜିଲ୍ଲା ଦୌରାଜଜ୍ । ଦୁଇ ଶିଶୁଙ୍କ ହତ୍ୟା ପାଇଁ ୮ବର୍ଷ ଜେଲ୍ ସହ ଆତ୍ମହତ୍ୟା ଉଦ୍ରମ ପାଇଁ ୩ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଉଭୟ ମାମଲାରେ ମୋଟ ୭ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମହିଳାଙ୍କ ସ୍ବାମୀଙ୍କ ପରକୀୟା ପ୍ରୀତି ଓ ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଘଟଣାରେ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ମୋଟ ୩୦ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୧ ଜୁଲାଇ ୧୬ ତାରିଖରେ ରାଇକିଆ ଥାନା ଅଲିମାହା ଗାଁରେ ହତ୍ୟାକାଣ୍ଡ ଘଟିଥିଲା । ଘରୋଇ କଳିରୁ ନିଜ ଦୁଇ ଛୁଆଙ୍କୁ କୂଅରେ ପକାଇ ମାରିଦେଇଥିଲା ଜନ୍ମଦାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.