‘ରାମ କା ଧାମ’ ଆନ୍ଥେମ ଗୀତ ରିଲିଜ, କୈଳାସ ଖେରଙ୍କ ସ୍ୱରରେ ସୁସଜ୍ଜିତ ଗୀତକୁ ସମସ୍ତେ କରୁଛନ୍ତି ପସନ୍ଦ

କୈଳାସ ଖେର ସୁମଧୁର କଣ୍ଠରେ ‘ରାମ କା ଧାମ’ ଆନ୍ଥେମ ଗୀତ ରିଲିଜ । ଶଙ୍ଖନାଦରୁ ଆରମ୍ଭ ହୋଇଥିବା ଏହି ଗୀତରେ ଅଯୋଧ୍ୟାର ରାମ ମନ୍ଦିର ସହିତ ପୁରା ସହରର ସୁନ୍ଦରତାର ଝଲକ ଦେଖିବାକୁ ମିଳିବ । ଭିଡିଓରେ ପୁରୁଣା ଠାରୁ ଆରମ୍ଭ କରି ନୂଆ ଅଯୋଧ୍ୟା ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି ।

ସମଗ୍ର ଭାରତ ରାମଧୁନରେ ମଗ୍ନ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି । ଉତ୍ସବର ଆୟୋଜନ ଜୋରସୋରରେ ଚାଲିଛି । ଏଥିପାଇଁ ଅନେକ ସେଲିବ୍ରିଟିକୁ ନିମନ୍ତ୍ରଣ କରାଯାଇଛି । ଅନେକ ଗାୟକ ଏହିଦିନ ପରଫର୍ମ କରିବେ । ତେବେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆନ୍ଥେମ ଗୀତକୁ ବଲିଉଡ ଗାୟକ କୈଳାସ ଖେର ଗାଇଛନ୍ତି ।

କୈଳାସ ଖେର ସୁମଧୁର କଣ୍ଠରେ ‘ରାମ କା ଧାମ’ ଆନ୍ଥେମ ଗୀତ ରିଲିଜ । ଶଙ୍ଖନାଦରୁ ଆରମ୍ଭ ହୋଇଥିବା ଏହି ଗୀତରେ ଅଯୋଧ୍ୟାର ରାମ ମନ୍ଦିର ସହିତ ପୁରା ସହରର ସୁନ୍ଦରତାର ଝଲକ ଦେଖିବାକୁ ମିଳିବ । ଭିଡିଓରେ ପୁରୁଣା ଠାରୁ ଆରମ୍ଭ କରି ନୂଆ ଅଯୋଧ୍ୟା ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି । ବିଜେପି ନିଜର ଅଫିସିଆଲ ଟ୍ଵିଟର ପେଜରେ ଏହି ଗୀତ ଲିଙ୍କ ସେୟାର କରିଛି ।

କୈଳାସ ଖେରଙ୍କ ସ୍ୱରରେ ରିଲିଜ ହୋଇଥିବା ଗୀତ ଭକ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି । ଭିଡିଓ ପୋଷ୍ଟରେ କମେଣ୍ଟ କରି ଜୟ ଶ୍ରୀରାମ ନାରା ଲଗାଉଛନ୍ତି । ୨୨ ଜାନୁଆରୀରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଦିନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.