ଦକ୍ଷିଣ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଲେପାକ୍ଷୀରେ ବୀରଭଦ୍ର ମନ୍ଦିରରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି । ପିଏମ୍‌ ଆଜି ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛନ୍ତି । ସେ ଲେପାକ୍ଷୀରେ ବୀରଭଦ୍ର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣର ଛନ୍ଦ ଶୁଣିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି । ପିଏମ୍‌ ଆଜି ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛନ୍ତି । ସେ ଲେପାକ୍ଷୀରେ ବୀରଭଦ୍ର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣର ଛନ୍ଦ ଶୁଣିଥିଲେ । ଆନ୍ଧ୍ର ପ୍ରଦେଶ ପରେ ମୋଦି କେରଳ ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ କହିଥିଲେ ଯେ ଆସନ୍ତା ଦୁଇ ଦିନ ମୁଁ ଆନ୍ଧ୍ର ପ୍ରଦେଶ ଏବଂ କେରଳର ଲୋକମାନଙ୍କ ମଧ୍ୟରେ ରହିବି । ଆଜି (ଜାନୁୟାରୀ ୧୬) ମୋତେ ଲେପାକ୍ଷୀରେ ବୀରଭଦ୍ର ମନ୍ଦିରରେ ପ୍ରାର୍ଥନା କରିବାର ଅବସର ମିଳିବ । ଏଠାରେ ମୁଁ ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣର ଛନ୍ଦ ମଧ୍ୟ ଶୁଣିବି । ଏହାପରେ ରାଷ୍ଟ୍ରୀୟ ସୀମା ଶୁଳ୍କ, ଅପ୍ରତ୍ୟକ୍ଷ କର ଏବଂ ନର୍କୋଟିକ୍ସ ଏକାଡେମୀର ନୂଆ ପରିସର ଉଦ୍‌ଘାଟନ କରିବି ।

ପିଏମ୍‌ ମୋଦି ଜାନୁୟାରୀ ୧୭ରେ କେରଳ ଯିବେ ବୋଲି କହିଛନ୍ତି । ସେ କହିଛନ୍ତି, ଜାନୁୟାରୀ ୧୭ରେ ମୁଁ କୋଚ୍ଚିରେ ଗୁରୁଭୟୁରୀ ମନ୍ଦିର, ତ୍ରିପ୍ରୟାରର ଶ୍ରୀରାମାସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିବି । ଏହାପରେ କୋଚ୍ଚିରେ ଏକ ସାର୍ବଜନିକ ବୈଠକରେ ସମ୍ବୋଧନ କରିବି । ଏଠାରେ ମୁଖ୍ୟ ପରିଯୋଜନାଗୁଡ଼ିକର ଉଦ୍‌ଘାଟନ କରାଯିବ । କହି ରଖୁଛୁ, ଗତ ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ କେରଳର ଲୋକମାନଙ୍କ ମଧ୍ୟରେ କ୍ରିସ୍‌ମାସ ପାଳନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.