Below header

ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ ଘଟଣା, ଦୁଇ ଅଟକ

ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଟକ । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇଜଣଙ୍କୁ ଅଟକ ରଖିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ।

ଖୋର୍ଦ୍ଧା : ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଟକ । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇଜଣଙ୍କୁ ଅଟକ ରଖିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ବେଆଇନ ଖଣି ଖନନ ଖବର ପାଇ ରାତିରେ ଚଢ଼ାଉ ପାଇଁ ଯାଇଥିବା ବେଳେ ମାଇନିଂ ଅଫିସର ଜଗନ ବେହେରାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିଲା। ଏବେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ରବିବାର ରାତି ସାଢ଼େ ୧୦ଟା ବେଳେ ବେଆଇନ୍ ଖଣି ଖନନ ଖବର ପାଇଥିଲେ ମାଇନିଂ ଅଫିସର ଜଗନ ବେହେରା ।

ଆଦର୍ଶ ଥାନା ଜକରାରୁ ଗୁଡୁମ ଯିବା ରାସ୍ତାରେ ଦୁଇ ଜେସିବିରେ ବେଆଇନ୍ ଭାବେ ଖଣି ଖନନ ଚାଲିବା ସହ ଚାରୋଟି ହାଇୱା ଗାଡ଼ିରେ ଖଣିଜ ଦ୍ରବ୍ୟ ଚାଲାଣ ହେଉଥିଲା । ଏନେଇ ସେ ଆଦର୍ଶ ଥାନାକୁ ଖବର ଦେଇଥିଲେ । ନିଜେ ଜଣେ ବ୍ୟକ୍ତିଙ୍କ ସହ କାରରେ ଖଣି ଅଞ୍ଚଳକୁ ଯାଇଥିଲେ । ଏତିକିବେଳେ ତାଙ୍କୁ ୩୦ରୁ ୪୦ ଜଣ ଯୁବକ ଘେରି ଯାଇ ସଂଘବଦ୍ଧ ଭାବେ ମାଡ଼ ମାରିଥିଲେ । ଏନେଇ ମାଇନିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.