ବାଦୁଡି ପ୍ରେମରେ ଗ୍ରାମବାସୀ, ବର୍ଷ ବର୍ଷ ଧରି ସୁରକ୍ଷା ଦେଇ ଆସୁଛନ୍ତି ପ୍ରତି ପରିବାର

ରେଢାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ତୁଟାମୁଣ୍ଡା ଗ୍ରାମବାସୀ ବର୍ଷବର୍ଷ ଧରି ସୁରକ୍ଷା ଦେଇ ଆସୁଛନ୍ତି ହଜାର ହଜାର ସଂଖ୍ୟାର ବାଦୁଡି ମାନଙ୍କୁ । କହିବାକୁ ଗଲେ ପୁରା ଗାଁର ପ୍ରତି ପରିବାର ବାହୁଡି ପ୍ରେମରେ । ବାଦୁଡି ମାନଙ୍କୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକେ ଆସୁଥିବା ବେଳେ, ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଲୋକେ ।

ଦିନକୁ ଦିନ ବିଭିନ୍ନ କାରଣରୁ ବିରଳ ବାଦୁଡି ପକ୍ଷୀଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି । ଏହି ସମୟରେ ରେଢାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ତୁଟାମୁଣ୍ଡା ଗ୍ରାମବାସୀ ବର୍ଷବର୍ଷ ଧରି ସୁରକ୍ଷା ଦେଇ ଆସୁଛନ୍ତି ହଜାର ହଜାର ସଂଖ୍ୟାର ବାଦୁଡି ମାନଙ୍କୁ । କହିବାକୁ ଗଲେ ପୁରା ଗାଁର ପ୍ରତି ପରିବାର ବାହୁଡି ପ୍ରେମରେ । ବାଦୁଡି ମାନଙ୍କୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକେ ଆସୁଥିବା ବେଳେ, ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଲୋକେ ।

ଗାଁ ମୁଣ୍ଡ ଗଛରେ କିଚିରି ମିଚିର ଶବ୍ଦରେ ନିଆରା ଅନୁଭୁତି ସାଉଁଟୁଛି ପୁରା ଗାଁ । ଏ ଗଛରୁ ସେ ଗଛ ଏ ଡାଳରୁ ସେ ଡାଳ ବିରଳ ବାଦୁଡି ପକ୍ଷୀ ଗୁଡାକ କିଚିରି ମିଚିରି ଶବ୍ଦ କରି ଡେଉଁଛନ୍ତି । ଆଉ ଗାଁ ଲୋକେ ଭଲମନ୍ଦ ବୁଝିବା ପାଇଁ ଗଛମୂଳକୁ ଆସି ଟିକିଏ ଡାକ ପକାଇଲେ ହଜାର ହଜାର ବାଦୁଡି ଗଛ ଚାରିପଟ ଆକାଶରେ ବୁଲି ପୁଣି ଏ ଡାଳରୁ ସେ ଡାଳ ବୁଲୁଛନ୍ତି , ଏ ଦୃଶ୍ୟ ହିଁ ବୟାନ କରୁଛି ଗାଁ ଲୋକଙ୍କ ସହ ବାଦୁଡ଼ି ମାନଙ୍କ ଭଲପାଇବା କେତେ ରହିଛି ।

ରେଢାଖୋଲ ବ୍ଲକ, ବଡ଼ମାଲ ରେଞ୍ଜ ତୁଟାମୁଣ୍ଡା ଗାଁ ମଧ୍ୟରେ ରହିଥିବା ବରଗଛ ସହିତ ଆଖପାଖ ୧୪ ଟି ଗଛରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଏହି ବାଦୁଡ଼ି ମାନେ । ପରମ୍ପରା ଭଳିଆ ପୂର୍ବ ପୁରୁଷ ମାନଙ୍କ ଅନୁଯାଇ ବାଦୁଡି ମାନଙ୍କର ସୁରକ୍ଷା ଓ ଯତ୍ନ ନେଉଛନ୍ତି ଗାଁର ପ୍ରତି ପରିବାର । ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବାହୁଡିକୁ ମରିବାକୁ ଦେଇନାହାନ୍ତି ବଂର କିଛି ଶୀକାରି ମାନଙ୍କୁ ଧରି ତାଗିଦ ମଧ୍ୟ କରିଛନ୍ତି । ଖରାଦିନରେ ଗଛ ମୂଳରେ ପାଣି ଦେବା ଗଛ ଡାଳ ସଫା କରିବା କାମ କରୁଛନ୍ତି ଏଠାକାର ଲୋକେ । ବାଦୁଡ଼ି ଯୋଗୁଁ ଗାଁର ମଙ୍ଗଳ ହେଉଛି ବୋଲି ବିଶ୍ଵାସ କରୁଛନ୍ତି ଗାଁ ଲୋକ ।

ଶହଶହ ବର୍ଷ ଧରି ହରିହର ଯୋର କୂଳରେ ରହିଥିବା ଏହି ତୁଟାମୁଣ୍ଡା ଗାଁ ଏବେ ବାଦୁଡ଼ି ମାନଙ୍କ ପାଇଁ ଏକ ନୂଆ ପରିଚୟ ପାଇଛି । ଗାଁର ୬୦ ଟି ପରିବାର ନିଜର ଦୈନନ୍ଦିନ କର୍ମରେ ବାଦୁଡି ସୁରକ୍ଷା ଦେବା ଗାଁର ଏକ ପରମ୍ପରା ବୋଲି ଭାବି ନେଇଛନ୍ତି । ବାଦୁଡି ଏବେ ଏକ ବିରଳ ପକ୍ଷୀ ହୋଇଯାଇଛି ଏବଂ ସେମାନଙ୍କର ଶିକାର ମଧ୍ୟ କରାଯାଉଛି । ବାଦୁଡ଼ି ମାନଙ୍କ ପାଇଁ ବନବିଭାଗ ପକ୍ଷରୁ ଭରପୁର ଫଳମୂଳ ଓ ଖାଦ୍ୟ ଗଛ, ପେଟ୍ରୋଲିଙ୍ଗ ବ୍ୟବସ୍ଥା ଏବଂ ବନବିଭାଗ ପକ୍ଷରୁ ଏଠାରେ ପକ୍ଷୀ ପାର୍କ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ବାଦୁଡି ସୁରକ୍ଷିତ ରହିବା ସହ ବାଦୁଡିକୁ ଦେଖିବାକୁ ଲୋକେ ଆସନ୍ତେ ବୋଲି କୁହନ୍ତି ଗାଁ ଲୋକେ । ଏହି ଅଞ୍ଚଳର ଆଖପାଖ ୧୦୦ କି.ମି ଦୂରରେ କୌଣସି ବାଦୁଡ଼ି ବସା ନାହିଁ । ଏଠି ହଜାର ହଜାର ସଂଖ୍ୟାରେ ବାଦୁଡ଼ି ଥିବାରୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଏହି ତୁଟାମୁଣ୍ଡା । ସବୁଠୁ ବଡ଼କଥା ହେଲା ବାଦୁଡ଼ି ଯୋଗୁଁ ସେ ଅଞ୍ଚଳରେ କୌଣସି ରୋଗ ଦୁଃଖ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ସମସ୍ତଙ୍କ । କିନ୍ତୁ ବନବିଭାଗଙ୍କ କୌଣସି ପଦକ୍ଷେପ ନେଉନଥିବାରୁ ଶିକାରୀ ମାନେ ଏହି ବାଦୁଡ଼ି ମାନଙ୍କ ଶିକାର କରୁଛନ୍ତି । ଯଦି ବନବିଭାଗ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତା ତେବେ ଏହି ବିଲୁପ୍ତ ହେଉଥିବା ବାଦୁଡ଼ିଙ୍କ ସଂଖ୍ୟା ନିଶ୍ଚୟ ବଢ଼ି ବଢ଼ି ଯାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.