Below header

ହନୁମାନଙ୍କ ଭକ୍ତିରେ ବୁଡ଼ିଲା AAP, ରୋହିଣୀର ବାଲାଜୀ ମନ୍ଦିରରେ ପତ୍ନୀଙ୍କ ସହ ସୁନ୍ଦରାକାଣ୍ଡ ପାଠ କଲେ ସିଏମ୍‌ କେଜ୍ରିଓ୍ଵାଲ

ରୋହିଣୀ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜ ପତ୍ନୀଙ୍କ ସହିତ ସାମିଲ ହୋଇଥିଲେ । ରୋହିଣୀର ସେକ୍ଟର-୧୧ସ୍ଥିତ ପ୍ରାଚୀନ ବାଲାଜୀ ମନ୍ଦିରରେ ପହଞ୍ଚି କେଜ୍ରିଓ୍ଵାଲ ପତ୍ନୀଙ୍କ ସହିତ ସୁନ୍ଦରାକାଣ୍ଡ ପାଠ କରିଥିଲେ ।

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଦିଲ୍ଲୀରେ ସୁନ୍ଦରାକାଣ୍ଡ ପାଠର ଆୟୋଜନ କରିଛି । ରୋହିଣୀ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜ ପତ୍ନୀଙ୍କ ସହିତ ସାମିଲ ହୋଇଥିଲେ । ରୋହିଣୀର ସେକ୍ଟର-୧୧ସ୍ଥିତ ପ୍ରାଚୀନ ବାଲାଜୀ ମନ୍ଦିରରେ ପହଞ୍ଚି କେଜ୍ରିଓ୍ଵାଲ ପତ୍ନୀଙ୍କ ସହିତ ସୁନ୍ଦରାକାଣ୍ଡ ପାଠ କରିଥିଲେ ।

ଆପ୍‌ ଘୋଷଣା କରିଛି ଯେ ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର ସମଗ୍ର ଦିଲ୍ଲୀରେ ସୁନ୍ଦରାକାଣ୍ଡ ସହ ହନୁମାନ ଚାଳିଶା ପାଠ କରାଯିବ । ଆଜିଠାରୁ ଏହା ଆରମ୍ଭ ହୋଇଛି । ସୋମବାର ଆପ୍‌ ନେତା ତଥା ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଥିଲେ କି, ତାଙ୍କ ଦଳ ମଙ୍ଗଳବାର ଦିଲ୍ଲୀର ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳୀରେ ସୁନ୍ଦରାକାଣ୍ଡ ପାଠର ଆୟୋଜନ କରିବ ।

ପାର୍ଟିର କହିବା ଅନୁସାରେ, ବିଧାୟକ ଏବଂ କାଉନସିଲରମାନେ ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର ସୁନ୍ଦରାକାଣ୍ଡ ପାଠର ଆୟୋଜନ କରିବେ । ସୁନ୍ଦରାକାଣ୍ଡ ସହିତ ହନୁମାନ ଚାଳିଶା ମଧ୍ୟ ପାଠ କରାଯିବ । ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲ ସୋସିଆଲ ମିଡିଆ ସାଇଟ୍‌ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ ଯେ ‘ସମସ୍ତଙ୍କ ସୁଖ, ଶାନ୍ତି ଏବଂ ଉନ୍ନତି ପାଇଁ ମଙ୍ଗଳବାର ଦିଲ୍ଲୀର ବିଭିନ୍ନ ଜାଗାରେ ଆପ୍‌ ସୁନ୍ଦରାକାଣ୍ଡ ପାଠର ଆୟୋଜନ କରୁଛି’ । ସେ କହିଥିଲେ କି, ସେ ବି ନିଜ ପତ୍ନୀଙ୍କ ସହିତ ଅପରାହ୍ନ ୩ଟାରେ ରୋହିଣୀରେ ଭକ୍ତମାନଙ୍କ ଗହଣରେ ସୁନ୍ଦରାକାଣ୍ଡ ପାଠ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.