ଜବରଦସ୍ତ ଟେକ୍ନୋଲୋଜି ସହିତ ଆସିଲା ମହିନ୍ଦ୍ରାର XUV700, ଜାଣନ୍ତୁ କେତେ ରହିଛି ଦାମ୍‌

କମ୍ପାନୀ ଏହି ଦମଦାର ଏସୟୁଭି କୁ 6-ସିଟର ସିଟିଂ କନଫିଗେରେସନରେ ଲଞ୍ଚ କରିଛି । ନୂଆ ଭର୍ସନ ଲଞ୍ଚ ସହିତ କମ୍ପାନୀ ଏହି ଗାଡ଼ିରେ ୪୦୦୦ ଟଙ୍କା କମ୍‌ କରିଛି । ୨୦୨୪ ମହିନ୍ଦ୍ରା XUV700 ର ବେସ୍‌ ମଡେଲର ଏକ୍ସ ସୋ’ ରୁମ୍‌ ଦାମ୍‌ ୧୩.୯୯ ଲକ୍ଷ ଟଙ୍କା ରୁ ଆରମ୍ଭ ହେଉଛି ।

ଦେଶର ଲୋକପ୍ରିୟ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଭାରତୀୟ ବଜାରରେ ନିଜର ଦମଦାର XUV700କୁ ଲଞ୍ଚ କରିଛି । କମ୍ପାନୀ ଏହି XUVରେ ବହୁତ କିଛି ପରିବର୍ତ୍ତନ କରିବା ସହିତ ନୂଆ ନୂଆ ଫିଚର ଅପଡେଟ୍‌ କରିଛି । ଯାହା ପୁରୁଣା ମଡେଲ ତୁଳନାରେ ଏହାକୁ ଅଧିକ ଦମଦାର କରିିଛି । ଏହାର ନୂଆ ଭର୍ସନରେ ଅନେକ ଫିଚର୍ସ ରହିଛି, ଯାହା ଆପଣଙ୍କୁ ଖୁବ୍‌ ପସନ୍ଦ ଆସିବ । କମ୍ପାନୀ ଏହି ଦମଦାର ଏସୟୁଭି କୁ 6-ସିଟର ସିଟିଂ କନଫିଗେରେସନରେ ଲଞ୍ଚ କରିଛି । ନୂଆ ଭର୍ସନ ଲଞ୍ଚ ସହିତ କମ୍ପାନୀ ଏହି ଗାଡ଼ିରେ ୪୦୦୦ ଟଙ୍କା କମ୍‌ କରିଛି । ୨୦୨୪ ମହିନ୍ଦ୍ରା XUV700 ର ବେସ୍‌ ମଡେଲର ଏକ୍ସ ସୋ’ ରୁମ୍‌ ଦାମ୍‌ ୧୩.୯୯ ଲକ୍ଷ ଟଙ୍କା ରୁ ଆରମ୍ଭ ହେଉଛି । ଏହା ବ୍ୟତୀତ ଏହାର ଟପ୍ ମଡେଲର ଦାମ୍‌ ୨୩.୯୯ ଲକ୍ଷ ଟଙ୍କା ରହିଛି । ନୂଆ XUV700 ୫ଟି ଭ୍ୟାରିଆଣ୍ଟରେ ଉପଲବ୍ଧ, ଯେପରିକି MX, AX3, AX5, AX7 ଏବଂ AX7L । କମ୍ପାନୀ ଦେଇଥିବା ସୂଚନା ଅନୁସାରେ ଅପଡେଟ୍ ହୋଇଥିବା XUV700 ଜାନୁୟାରୀ ୨୫ ରୁ ସମଗ୍ର ଦେଶରେ ମହିନ୍ଦ୍ରା ଡିଲରସିପ୍ ରେ ମିଳିଯିବ ।

XUV700 ମିଡ୍‌ ସାଇଜ୍‌ SUVରେ ୬ଟି ସିଟ୍‌ ଦିଆଯାଇଛି । ଯାହା ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିବ । ଏହା ମିଡିଲ୍‌ ରୋ’ରେ ଚେୟାର ସିଟ୍ ସହିତ ଆସୁଛି । କିନ୍ତୁ ଏହି ସିଟିଂ ଅପ୍ସନ କେବଳ ଫିଚର ଲୋଡେଡ୍‌ AX7 ଏବଂ AX7L ଭ୍ୟାରିଆଣ୍ଟରେ ମିଳିବ । ଏହି କେବିନ୍‌ ଲେ ଆଉଟ୍‌ ଅପ୍ସନକୁ ଗ୍ରାହକମାନେ ଦୀର୍ଘ ସମୟରୁ ଅପେକ୍ଷା କରିଥିଲେ ।

ଲାଟେଷ୍ଟ XUV700 ର ସବୁଠାରୁ ବଡ ଫିଚର ଅପଡେଟ୍ AX7L ଭ୍ୟାରିଆଣ୍ଟରେ ଦିଆଯାଇଛି ଏବଂ ଏହି ଫିଚରଟି ହେଉଛି ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ । ଏହା ବ୍ୟତୀତ SUV ରେ ନୂଆ କନେକ୍ଟେଡ୍‌ ଫିଚର୍ସ, ଡ୍ରାଇଭର ସିଟ୍ ମେମୋରୀ ଫଙ୍କସନ୍, ପୋଜିସନିଙ୍ଗ୍‌ ORVM ଭଳି ଅନେକ ଫିଚର୍ସ ଦିଆଯାଇଛି । ଏହି SUV ବର୍ତ୍ତମାନ ନ୍ୟାପୋଲି ଅଲ୍ ବ୍ଲାକ୍ କଲରରେ ମଧ୍ୟ ଉପଲବ୍ଧ, ଯେଉଁଥିରେ ଗ୍ରୀଲ୍ ସହିତ ଏହାର ଚକକୁ ମଧ୍ୟ ବ୍ଲାକ୍‌ ଆଉଟ୍‌ ସେଡ୍‌ ଦିଆଯାଇଛି ।

ଅପଡେଟ୍ ହୋଇଥିବା SUV ର ଇଞ୍ଜିନ୍ ଅପ୍ସନରେ କମ୍ପାନୀ କୌଣସି ଚେଞ୍ଜ୍‌ କରିନାହିଁ । ପୂର୍ବ ଭଳି ଏହି SUV ଭ୍ୟାରିଆଣ୍ଟ ୨ ଲିଟର ଟର୍ବୋ ପେଟ୍ରୋଲ ଏବଂ ୨.୨ ଲିଟର ଡିଜେଲ ଇଞ୍ଜିନ ସହିତ ଆସୁଛି । ଏହାର ପେଟ୍ରୋଲ ଇଞ୍ଜିନ୍ ୨୦୦ ବିଏଚପି ପାୱାର ଏବଂ ୩୮୦ ଏନଏମ ଟର୍କ ଜେନେରେଟ୍‌ କରିଥାଏ । ଅନ୍ୟପଟେ ଏହାର ଡିଜେଲ ଇଞ୍ଜିନ ୧୮୫ ବିଏଚପି ପାୱାର ଏବଂ ୪୫୦ ଏନଏମ ଟର୍କ ର ଆଉଟପୁଟ ଜେନେରେଟ୍‌ ଦେଇଥାଏ । ଟ୍ରାନ୍ସମିସନ୍ ବିଷୟରେ କହିବାକୁ ଗଲେ ଏହି SUV ଉଭୟ ଇଞ୍ଜିନରେ 6-ସ୍ପିଡ୍ ମାନୁଆଲ୍ ଏବଂ 6-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ଦ୍ୱାରା ଲ୍ୟାସ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.