ପ୍ରସିଦ୍ଧ ବାମରା ମକର ମହୋତ୍ସବ, ଦେଖିବାକୁ ମିଳିଛି ହରି ହରଙ୍କ ଅପୂର୍ବ ମକର ମିଳନ

ହରି ହର ମିଳନ ସହ ୮ ଦିନ ଧରି ହେବାକୁ ଥିବା ବାମରା ମକର ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ସମ୍ବଲପୁର ଜିଲ୍ଲା ବାମରା ମକର ମହୋତ୍ସବ ଧୁମଧାମରେ ପାଳିତ ହେଇଯାଇଛି ।

ହରି ହର ମିଳନ ସହ ୮ ଦିନ ଧରି ହେବାକୁ ଥିବା ବାମରା ମକର ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ସମ୍ବଲପୁର ଜିଲ୍ଲା ବାମରା ମକର ମହୋତ୍ସବ ଧୁମଧାମରେ ପାଳିତ ହେଇଯାଇଛି । ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ସ୍ଥିତ ଧବଳେଶ୍ୱର ମନ୍ଦିରରୁ ମହାପ୍ରଭୁ ମହାଦେବ ରଥାରୂଢ ହୋଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ରଥକୁ ଟାଣି ଗୋବିନ୍ଦପୁର ଖେଳ ପଡ଼ିଆରେ ପହଞ୍ଚିଥିଲେ । ପ୍ରାୟ ୮ କିମି ଦୂରତା ଅତିକ୍ରମ କରି ଧବଳେଶ୍ଵର ମହାଦେବ ଆସିଥିବା ବେଳେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ମଦନ ମୋହନ ବେଶରେ ରଥାରୂଢ ହୋଇ କୀର୍ତ୍ତନ ଭଜନ ଦଳ ସହିତ ମିଳନ ପଡ଼ିଆ ପହଞ୍ଚିଥିଲେ ।

ଗୋବିନ୍ଦପୁର ଜମିଦାର ତଥା ଗଜପତି ସଞ୍ଜୀବ ପାଲ ମୁଖ୍ୟ କର୍ତ୍ତା ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ସେଠାରେ ଉଭୟ ହରି ହରଙ୍କ ମନ୍ତ୍ର ଉଚ୍ଚାରଣ କରାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଉଭୟ ମହାପ୍ରଭୁ ମକର ବସିଥିଲେ । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତମାନେ ସାମିଲ ହୋଇଥିଲେ । ପରେ ସମସ୍ତଙ୍କୁ ପଡ଼ିଆରେ ମକର ଚାଉଳ ଓ ରାଶି ଲଡୁ ବଣ୍ଟନ କରାଯାଇଥିଲା । ଉଭୟ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ୧୯୧୬ ମସିହାରେ ଆରମ୍ଭ ହୋଇଥିବା, ବାମରା ମକର ମହୋତ୍ସବକୁ ଚଳିତ ବର୍ଷ ୧୦୮ ବର୍ଷରେ ପଦାର୍ପଣ କରିଛି ।

କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଆୟୋଜିତ ଉକ୍ତ  ମହୋତ୍ସବ ସଂକୀର୍ତ୍ତନ ଦଳ, ସଂପ୍ରଦା ମଣ୍ଡଳୀ, କୃଷ୍ନଗୁରୁ, ଘଣ୍ଟ ବାଦ୍ୟ, ଦୁଲଦୁଲି ଆଦି ସାଂସ୍କୃତିକ ଦଳମାନେ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ୮ ଦିନ ଧରି ଚାଲିବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ଏହି ମକର ଯାତ୍ରାରେ ଅନେକ ଦୋକାନ ବଜାର ମଧ୍ୟ ଖୋଲିଛି । ଯାତ୍ରାରେ ଲୋକମାନଙ୍କର ଖୁବ ଭିଡ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଲୋକମାନେ ଯେମିତି ସୁବିଧାରେ ଦେଖିପାରିବେ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.