Below header

ଝାରସୁଗୁଡ଼ା ଝିଅ ମନୀଷା ମହାପାତ୍ର ହାସଲ କଲେ ମିସେସ କ୍ୱିନ୍‌ ୟୁନିଭର୍ସ ସହ ସେକେଣ୍ଡ ପ୍ରିନସେନ୍ସ ଟାଇଟଲ

ଝାରସୁଗୁଡ଼ା(କେନ୍ୟୁଜ୍): ମିସେସ କ୍ୱିନ୍‌ ୟୁନିଭର୍ସ ସହ ସେକେଣ୍ଡ ପ୍ରିନସେନ୍ସ ଟାଇଟଲ ଜିତି ପାରିଛନ୍ତି ଝାରସୁଗୁଡ଼ାର ଝିଅ ମନୀଷା ମହାପାତ୍ର। ବିବାହିତ ହୋଇଥିଲେ ମଧ୍ୟ ନିଜର ରୁଚି ଆଗରେ ହାର ମାନି ନାହାନ୍ତି ସେ। ଏୟୁଏଚ୍‌ଏମ୍‌ରେ ସାଇକୋଲୋଜିଷ୍ଟ ଭାବେ ଚାକିରୀ କରୁଥିବା ମନୀଷା ମିସେସ କ୍ୱିନ୍‌ ୟୁନିଭର୍ସ ସହ ସେକେଣ୍ଡ ପ୍ରିନ୍ସେସ ଟାଇଟଲ ଜିତି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ସମ୍ବଲପୁରର ମୁଦିପଡାରେ ସ୍ୱାମୀ ନରୋତ୍ତମ ଗୁରୁଙ୍କ ସହଯୋଗ ପାଇ ବିଏ ପଢିବା ପରେ ଏମ୍‌ବିଏ କରିଥିଲେ। ସ୍ୱାମୀ ,ଶାଶୂ ଓ ଶ୍ୱଶୁରଙ୍କ ସହଯୋଗରେ ଗୁରୁଗ୍ରାମରେ ଅନୁଷ୍ଠିତ ମିସେସ୍‌ କ୍ୱିନ୍‌ ୟୁନିଭର୍ସ ପ୍ରତିଯୋଗିତାରେ ରନର୍ସଅପ୍‌ ସହ ସେକେଣ୍ଡ ପ୍ରିନ୍ସେସ ଟାଇଟଲ ଜିତି ପାରିଛନ୍ତି ମନୀଷା। ମନୀଷା ଭବିଷ୍ୟତରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚେଷ୍ଟା ଚଳାଇଛନ୍ତି। ପିଲାଟି ଦିନରୁ ତାଙ୍କର ମ଼ଡେଲିଂ ପ୍ରତି ରୁଚି ଥିଲା। ବିବାହ ପରେ ନିଜର ସ୍ୱପ୍ନକୁ ସାର୍ଥକ କରପାରିଛନ୍ତି ମନୀଷା। ମନୀଷାଙ୍କ ସଫଳତାକୁ ନେଇ ପରିବାର ଲୋକ ବେଶ୍ ଗର୍ବିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.