ବର୍ତ୍ତମାନ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍ ରେ ହେବ ଜନଗଣନା, ଜାରି କରାଯିବ ନାଗରିକତା କାର୍ଡ

ଜନଗଣନା ପାଇଁ କାଗଜ ଫର୍ମ ବଦଳରେ ମୋବାଇଲ ଆପ୍ ଜରିଆରେ ତଥ୍ୟ ଏକତ୍ରିତ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେଉଥିବା ୨୦୨୧ ପାଇଁ ବାର ଶହ କୋଟିରୁ ଅଧିକ ନାଗରିକମାନଙ୍କ ଜନଗଣନା ମୋବାଇଲ ମାଧ୍ୟମରେ କରିବା ପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ସମ୍ବନ୍ଧରେ ୬୦ ରୁ ଅଧିକ ତଥ୍ୟ ଜାଣିହେବ। ଏହାପରେ ଏହି ଆପର ଡାଟାବେସରେ ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟର ଏବଂ ଶେଷରେ ନାଗରିକତା କାର୍ଡ ଜାରି କରାଯିବ।

jangananaରିପୋର୍ଟ ଅନୁଯାୟୀ ଜନଗଣନା କାର୍ଯ୍ୟରେ ଲଗାଯାଇଥିବା ଶିକ୍ଷକମାନଙ୍କୁ ଆପ ଜରିଆରେ ଅବଗତ ହେବା ପାଇଁ ପ୍ରଶିକ୍ଷଣ କରାଯିବ। ଶିକ୍ଷକମାନଙ୍କୁ ମୋବାଇଲରେ ଏହି ଆପକୁ ଲୋଡ୍ କରିବା ପରେ ଏହାକୁ କିପରି ପରିଚାଳନା କରାଯିବ ସେଥିନିମନ୍ତେ ଅବଗତ କରାଯିବ। ଏହାବ୍ୟତୀତ କାଗଜ ଫର୍ମର ମଧ୍ୟ ବିକଳ୍ପ ସୁବିଧା ରହିବ।
ସରକାରଙ୍କ ଆଶା ରହିଛି ଅଧିକାଂଶ ଲୋକମାନେ କାଗଜ ଫର୍ମ ପରିବର୍ତ୍ତେ ମୋବାଇଲ ବ୍ୟବହାର କରିବେ। କାରଣ ଏହା କେବଳ ସହଜ ନୁହେଁ ବରଂ ଏତିରେ ବହୁତ ଜଲଦି ଡାଟା ଏକତ୍ରିତ କରାଯାଇପାରିବ। ସୂଚନା ଅନୁଯାୟୀ ଜନଗଣନା କାର୍ଯ୍ୟରେ ୨୭ ଲକ୍ଷ କର୍ମୀମାନଙ୍କୁ ନିଯୁକ୍ତି କରାଯିବ। କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏମାନଙ୍କୁ ଭଲଭାବେ ପ୍ରଶିକ୍ଷିତ କରାଯିବ।

ଏହା ସହ ପଢନ୍ତୁ: ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ମିଳିବ ପାଣି, ରାଜ୍ୟ ସହ ମିଶି କାମ କରିବେ କେନ୍ଦ୍ର ସରକାର

କାଗଜ ଫର୍ମରେ ତଥ୍ୟ ଏକାଠି କରିବା ବହୁତ ଜଟିଳ। କିନ୍ତୁ ଏହି ନୁଆ ବିକଶିତ ହୋଇଥିବା ମୋବାଇଲ ଆପରେ ବିଶ୍ଲେଷଣ ଖୁବ୍ ସହଜ। ଏଥିପାଇଁ ଅଦିକ ସମୟ ଆବଶ୍ୟକ ହେବନାହିଁ। ୨୦୨୧ ବର୍ଷ ଜନଗଣନାରେ ଏହି ମୋବାଇଲ ଆପ ମାଧ୍ୟମରେ ୬୦ ରୁ ଅଧିକ ତଥ୍ୟ ଏକାଠି ହୋଇପାରିବ। ଏଥିରେ ଘରେ ଉପଲବ୍ଧ ସୁବିଧା, ପାନୀୟ ଜଳ, ବିଜୁଳି, ବାହାନ, ଧର୍ମ, ବ୍ୟବସାୟ, ଲିଙ୍ଗ, ସାକ୍ଷରତା, ମାତୃଭାଷା ସାମିଲ ରହିବ। ଏନପିଆରଙ୍କ ପାଇଁ ଏହି ଆପରେ ଅଲଗା ସେଟ୍ ରହିବ। ଏଥିରେ ନା, ଜନ୍ମ ତାରିଖ, ପିତାଙ୍କ ନାମ, ଆଧାର, ପାସପୋର୍ଟ, ମୋବାଇଲ, ପାନ ନମ୍ବର ଏବଂ ମତଦାତାଙ୍କ ପରିଚୟ ପତ୍ର ସଂଖ୍ୟା ସାମିଲ ହେବ। ଜନଗଣନା ପ୍ରକ୍ରିୟା ଆସନ୍ତା ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ମାସରେ ଏହାକୁ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ଦ୍ବାରା ଆପ ସମ୍ପର୍କରେ ଅବଗତ କରାଯିବ। ଏହାପରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.