ସୋରଡ଼ା ବଜାରରେ ବଡ଼ଧରଣର ଚୋରୀ, ଦୋକାନ ତାଲା ଭାଙ୍ଗି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ

ସୋରଡ଼ା(କେନ୍ୟୁଜ୍) : ସୋରଡ଼ା ବଜାରରେ ବଡ଼ଧରଣର ଚୋରୀ। ଗଞ୍ଜାମ ଜିଲ୍ଲା ସୋରଡା ବଡଦାଣ୍ଡରେ ଥିବା ସୁନା ଦୋକାନରେ ଲକ୍ଷାଧିକ ଟଙ୍କାର ଚୋରୀ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ଦୋକାନ ତାଲା ଭାଙ୍ଗି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ କରିଥିବା ଜଣାପଡିଛି। ଦୁବୁର୍ତ୍ତମାନେ ତାଲା ଭାଙ୍ଗି ଦୋକାନ ଭିତରକୁ ପଶିବା ସମୟରେ ପଡିଶା ଘର ଲୋକେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ଖବର ପାଇ ଦୋକାନ ମାଲିକ ପହଞ୍ଚି ଚୋରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଫେରାର ହେଇଯାଇଥିଲେ। ପରେ ଚୋରୀ ନେଇ ଦୋକାନ ମାଲିକ ସୋରଡା ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳରେ ସୋରଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

Leave A Reply

Your email address will not be published.