Below header

ସୁନ୍ଦରଗଡ଼: ଚାକିରୀ ଲୋଭ ଦେଖାଇ ନାବାଳିକାଙ୍କୁ ବିକ୍ରି ଅଭିଯୋଗ, ଥାନାରେ ଏତଲା ଦେଲେ ପରିବାର ଲୋକେ

ସୁନ୍ଦରଗଡ଼(କେନ୍ୟୁଜ୍) : ଚାକିରୀ ଦେବାକୁ କହି ନାବାଳିକାଙ୍କୁ ବିକ୍ରି ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ମାନମୁଣ୍ଡା ଗାଁର ଜଣେ ନାବାଳିକାକୁ ଦଲାଲ ରାଜ୍ୟ ବାହାରେ ବିକ୍ରି କରିଦେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି। ଅବିଯୋଗ ଅନୁଯାୟୀ ଦୁଇ ଜଣ ଦଲାଲ ଜୁଗଳ ଓରାମ ଓ ସବିତା ଖଡିଆ ଗାଁର ସୀତା ଖଡିଆଙ୍କ ଘରକୁ ଆସିଥିଲେ। ତାଙ୍କ ଝିଅକୁ ଛତିଶଗଡ଼ର ଏକ ଅଗରବତୀ କାରଖାନାରେ କାମ କରାଇ ଦେବାକୁ ଲୋଭ ଦେଖାଇଥିଲେ। ଏହାପରେ ଝିଅକୁ ନେଇ ସେମାନେ ଚାଲିଯାଇଥିଲେ। ତେବେ କିଛି ଦିନ ପରେ ତା ସହ ଯାଇଥିବା ଅନ୍ୟ ଯୁବକ ଓ ଯୁବତୀ ଗାଁକୁ ଫେରି ଆସିଥିଲେ। କିନ୍ତୁ ସୀତା ଖଡିଆଙ୍କ ଝିଅ ଫେରିନଥିଲା। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.