ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

କେନ୍ୟୁଜ୍ : ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ବର୍ତ୍ତମାନ ଜଳସ୍ତର ରହିଛି ୫୯୯.୯୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୫ହଜାର ୬୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧୩ହଜାର ୨୧୬ ଘନଫୁଟ ଜଳ। ତେବେ ଉପର ମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ଜଳସ୍ତର ବଢୁଛି। ଆସନ୍ତା ଜୁଲାଇ ୨୬ରେ ହୀରାକୁଦ ଗେଟ୍‌ ଖୋଲିବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.