Below header

ଅର୍ଡରରେ ପନୀର ବଦଳରେ ଗ୍ରାହକଙ୍କୁ ମିଳିଲା ଚିକେନ୍, ଜୋମାଟୋ ଏବଂ ପୁନେ ଇଟରୀକୁ ୫୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପୁନେ: ଜଣେ ସାକାହାରୀ ଅର୍ଡର ଦେଇଥିବା ଉପଭୋକ୍ତାଙ୍କୁ ମାଂସାହାରୀ ଭୋଜନ ଦେବା କାରଣରୁ ପୁନେର ଏକ ହୋଟେଲ ଏବଂ ଫୁଡ୍ ଡେଲିଭରୀ ସଂସ୍ଥା ଜୋମାଟୋ ଉପରେ ୫୫ହଜାର ଟଙ୍କାର ଜରିମନା ଲାଗାଛନ୍ତି ଉପଭୋକ୍ତା କୋର୍ଟ । ମିଡିଆ ରିପୋର୍ଟ ଅନୁସାରେ ଉପଭୋକ୍ତା କୋର୍ଟ ଜୋମାଟୋକୁ ୪୫ ଦିନ ଭିତରେ ଓକିଲ ସନମୁଖ ଦେଶମୁଖଙ୍କୁ ଏହି ଜରିମନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଙ୍କୁ କେବଳ ଥରେ ନୁହେଁ ବରଂ ଦୁଇ ଦୁଇ ଥର ସାକାହାରୀ ବଦଳରେ ମାଂସାହାରୀ ଭୋଜନ ଦିଆଯାଇଥିଲା।

chikenତେବେ ଉକ୍ତ ଓକିଲ ଜଣଙ୍କ ପନିର ବଟର ମସଲା ଅର୍ଡର କରିଥିଲେ କିନ୍ତୁ ତା ବଦଳରେ ତାଙ୍କୁ ଚିକେନ ବଟର ମସଲା ଦିଆଯାଇଥିଲା। ରିପୋର୍ଟ ମୁତାବକ ଦୁଇଟି ଯାକ ଡିସ୍ ଏକ ପ୍ରକାରର ଦେଖାଯାଇଥିବା କାରଣରୁ ଓକିଲ ଜଣଙ୍କ ଜାଣିପାରିନଥିଲେ ଏବଂ ଏହାକୁ ଖାଇଦେଇଥିଲେ କିନ୍ତୁ ପରେ ଜାଣିବାକୁ ପାଇଥିଲେ କି ଏହା ମାଂସାହାରୀ ଖାଦ୍ୟ । ଜୋମାଟୋ ଅନୁସାରେ ଓକିଲ ଖାଦ୍ୟ ବିତରଣ ମଂଚ ବିପକ୍ଷରେ ତାଙ୍କୁ ବଦନାମ କରିବା ପାଇଁ ଏପରି କରିଛନ୍ତି କାରଣ ଏବାବଦରରେ ତାଙ୍କଠାରୁ ନିଆଯାଇଥିବା ଅର୍ଥ ତାଙ୍କୁ ପୁନଶ୍ଚ ଫେରାଇ ଦିଆଯାଇଥିଲା ।

zomato

ଏହାସହ ପଢନ୍ତୁ : ହଟିଲା ହାଡ ଭଙ୍ଗା ପରିଶ୍ରମ, ରାମୁ ଦୁଃଖ ବୁଝି ZOMATO ଉପହାର ଦେଲେ…

ଅନ୍ୟପଟେ ଜୋମାଟୋ ଉପଭୋକ୍ତା ଫୋରମଙ୍କୁ କହିଛନ୍ତି କି, ଏହି ଭୁଲ୍ ଉକ୍ତ ହୋଟେଲ୍ ଟିର ଥିଲା ଯିଏ ଏହି ଖାଦ୍ୟକୁ ଦେଇଥିଲା କିନ୍ତୁ ଫୋରମ ମଧ୍ୟ ସମାନ ଭାବେ ତାଙ୍କୁ ହିଁ ଦୋଷୀ ବୋଲି କହିଥିଲା। ତେବେ ହୋଟେଲ ନିଜର ଭୁଲ୍ ମାନିନେଇଥିବା ଜଣାପଡିଛି। ତେଣୁ ଏହି ପରିପେକ୍ଷୀରେ ଜୋମାଟୋ ଏବଂ ହୋଟେଲ ବିରୋଧରେ ଗ୍ରାହକଙ୍କୁ ସେବାରେ ଅବହେଲା କରିବା ଏବଂ ମାନସିକ ଉତ୍ପିଡନା ଦେବା କାରଣରୁ ଜରିମନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.