Below header

ମୟୂରଭଂଜ: ଅନ୍ଧବିଶ୍ୱାସ ଯୋଗୁ ବନ୍ଧୁ ସାଜିଲା ବଇରୀ, ଡାହାଣୀ ସନ୍ଦେହରେ ହତ୍ୟା

ମୟୂରଭଂଜ(କେନ୍ଯୁଜ୍): ମୟୂରଭଂଜ ଜିଲ୍ଲାରେ ପୁଣି ଡାହାଣୀ ସନ୍ଦେହରେ ଜଣଙ୍କୁ ହତ୍ୟା। ବିଶୋଇ ଥାନା ଅଂଚଳରେ ଡାହାଣୀ ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ଘଟଣାକୁ ମାସେ ପୁରିନି ଏବେ ଆଉ ଜଣଙ୍କୁ ଭୁଜାଲିରେ ହାଣି ହତ୍ୟା। ଅନ୍ଧବିଶ୍ୱାସ ଯୋଗୁ ବନ୍ଧୁ ସାଜିଲା ବଇରୀ। ଏଭଳି ଘଟଣା ଘଟିଛି ବିଶୋଇ ଥାନା ମଣଦା କଲୋନୀ ସାହିରେ ପାଣ୍ଡୁ ନାଏକ, ଟିକା ନାଏକ ଓ ବିକାଶ ସେଠୀ ବନ୍ଧୁ ଥିଲେ। ଦୁଇ ବର୍ଷ ତଳେ ପାଣ୍ଡୁ ନାୟକଙ୍କ ବାପାଙ୍କ ମୃୃତ୍ୟୁ ହୋଇଥିଲା। ଟିକା ନାୟକ ଗୁଣିଗାରେଡ କରି ତାଙ୍କ ବାପାଙ୍କୁ ମାରିଥିବା ସନ୍ଦେହ କରୁଥିଲା ପାଣ୍ଡୁ। ଏହାକୁ ନେଇ ପୂର୍ବରୁ ଦୁଇ ଥର ହତ୍ୟା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରିଥିଲା। ଶେଷରେ ଗତ ଶନିବାର ରାତିରେ ପାଣ୍ଡୁ ଓ ବିକାଶ ମିଶି ଟିକାକୁ ହତ୍ୟା କରିଥିଲେ। ପୋଲିସ ଛାନବିନ କରି ଘଟଣାର ପର୍ଦ୍ଦାଫାସ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.