ମକର ସଂକ୍ରାନ୍ତି ଉପଲକ୍ଷେ ତାମିଲନାଡୁରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ଜାଲିକାଟ୍ଟୁ

ଆଜି ମକର ସଂକ୍ରାନ୍ତି । ତାମିଲନାଡୁର ବଡ ପର୍ବ । ଏହି ଅବସରରେ ମଦୁରାଇ ଜିଲ୍ଲାରେ ତିନୋଟି ସ୍ଥାନରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ଜାଲିକାଟ୍ଟୁ । ପାଲମେଡୁ, ଆଲଙ୍ଗା-ନାଲୁର୍‌, ଅଭନିଆ-ପୁରମରେ ଆୟୋଜିତ ହେବ ଜଲିକାଟ୍ଟୁ । ଜଲିକାଟ୍ଟୁ ପାଇଁ ଏବେ ଏହି ସ୍ଥାନ ସଂପୂର୍ଣ୍ଣ ପ୍ରସ୍ତୁତ । ତାମିଲନାଡୁ ପୋଲିସ, ପଶୁ ସଂପଦ ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଆୟୋଜକ କମିଟି ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ପୋଙ୍ଗଲ ଅବସରରେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଜଲିକାଟୁ ଦେଖିବା ଲାଗି ଆସୁଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଷଣ୍ଢକୁ ମଧ୍ୟ ଆୟୋଜକମାନେ ପ୍ରସ୍ତୁତ କରିଛନ୍ତି । ଶହ ଶହ ସଂଖ୍ୟାରେ ଲଢୁଆ ଆଉ ଶକ୍ତିଶାଳୀ ଷଣ୍ଢକୁ ତାଲିମ ମଧ୍ୟ ଦିଆଯାଇଛି । ତେବେ ଜନଗହଳିପୂର୍ଣ୍ଣ ରାସ୍ତାରେ ଅମାନିଆ ଷଣ୍ଢକୁ ଛାଡି ଦିଆଯିବା ପରେ ତାକୁ ଆୟତ କରିବା ପାଇଁ ଯୁବକମାନଙ୍କ ଉଦ୍ୟମ, ଏହି ଜଲିକାଟୁର ମୁଖ୍ୟ ଆକର୍ଷଣ ।

video courtesy: ANI

ଯିଏ ଅମାନିଆ ଷଣ୍ଢକୁ ଆୟତ କରିନେଲା, ତାଙ୍କୁ ପୁରସ୍କୃତ କରାଯାଏ । କିନ୍ତୁ ଅମାନିଆ ଷଣ୍ଢର ହାବୁଡରେ ପଡି ଅନେକ ଆହତ ହୁଅନ୍ତି ଆଉ ଅନେକ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି । ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ବେ ମଦୁରାଇରେ ଜଲିକାଟୁର ଏହି ଜୀବନ ମରଣ ଖେଳ ଏବେ ବି ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.