Below header

ଭୁବନେଶ୍ୱରରେ ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା:ଖୁବ୍‌ଶୀଘ୍ର ଖୋଲିବ ହତ୍ୟାକାଣ୍ଡର ଗୁମର

ଭୁବନେଶ୍ୱରରେ ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏଯାଏ ମିଳିନି ପରିଚୟ । ରାଉରକେଲାରେ ତନାଘନା ପରେ ଜିଆରପିକୁ ବଡ଼ ସୁରାକ ମିଳିଲାନି । ଅନୁମାନ କରାଯାଉଛି, ଭୁନେଶ୍ୱରରେ ମହିଳାଙ୍କୁ ହତ୍ୟା କରାଯାଇଛି ।

ଭୁବନେଶ୍ବର(କେନ୍ୟୁଜ୍): ରାଉରକେଲାରୁ ନିରାଶ, ଭୁବନେଶ୍ୱରରେ ଖିଅ ଖୋଜା । ଭୁବନେଶ୍ୱରରେ ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏଯାଏ ମିଳିନି ପରିଚୟ । ରାଉରକେଲାରେ ତନାଘନା ପରେ ଜିଆରପିକୁ ବଡ଼ ସୁରାକ ମିଳିଲାନି । ଅନୁମାନ କରାଯାଉଛି, ଭୁନେଶ୍ୱରରେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତଦେହ ମିଳିବାର ୨୪ ଘଣ୍ଟା ଭିତରେ ତାଙ୍କୁ ହତ୍ୟା କରାଯାଇଛି । ମୃତଦେହ ବ୍ୟବଛେଦ ରିପୋର୍ଟ ଓ ଏକ୍ସପର୍ଟଙ୍କ ବୟାନରୁ ସୂଚନା ମିଳିଛି ।

ମହିଳାଙ୍କ ପରିଚୟ ଜାଣିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା ରେଲବାଇ ପୋଲିସ । ରାଉରକେଲା ଷ୍ଟେସନରୁ ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଉଛି । ଏଥିରେ ଜଣେ ଯୁବକଙ୍କ ସହ ମହିଳା ଜଣକ କଥା ହେଉଛନ୍ତି । ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ଗୁମର ଖୋଲିବ ବୋଲି କହିଛି ଜିଆରପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.