କ୍ରେଡିଟ୍ କାର୍ଡରେ ଦେବାକୁ ପଡେ ଏହି ଚାର୍ଜ
ଆପଣ ବି କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ଅଜାଣତରେ ଭରିବାକୁ ପଡିବ ଏତେ ସବୁ ଏକ୍ସଟ୍ରା ଚାର୍ଜ, ଆଜି ହିଁ ଜାଣି ନିଅନ୍ତୁ
କ୍ରେଡିଟ୍ କାର୍ଡ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବହୁତ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବଜାରରେ ଥିବା ବ୍ୟାଙ୍କର ଅନେକ ପ୍ରକାରର କ୍ରେଡିଟ୍ କାର୍ଡ ଉପଲବ୍ଧ ହେଉଛି । ଅନେକ ଥର ଲୋକଙ୍କୁ ବ୍ୟାଙ୍କରୁ କଲ କରି କୁହାଯାଏ ଯେ ସେମାନଙ୍କୁ ମାଗଣା କ୍ରେଡିଟ କାର୍ଡ ଦିଆଯାଉଛି । ଏହା ଉପରେ ନିର୍ଭର କରି ଲୋକ ଆବଶ୍ୟକତା ବିନା କ୍ରେଡିଟ୍ କାର୍ଡ ମଧ୍ୟ ନେଇଥା’ନ୍ତି । କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହିୁଁବୁ ଯେ କୌଣସି କ୍ରେଡିଟ୍ କାର୍ଡ ସଂପୂର୍ଣ୍ଣ ମାଗଣା ହୋଇନଥାଏ । ବରଂ ଏହା ଉପରେ ଚାର୍ଜ ଲାଗିଥାଏ । ଯାହା ବିଷୟରେ ବ୍ୟାଙ୍କ କିମ୍ବା ଏଜେଣ୍ଟମାନେ କେବେବି କୁହନ୍ତି ନାହିଁ । କେବଳ ଲୋକଙ୍କ ଠୁ ସେହି ଚାର୍ଜ ନେବା ପାଇଁ ସେମାନେ ମିଛରେ ମାଗଣା କ୍ରେଡିଟ କାର୍ଡ ଦେବାକୁ ଅଫର କରିଥାନ୍ତି । ଯଦି ଆପଣ ବି ଏଭଳି କ୍ରେଡିଟ୍ କାର୍ଡ ନେବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଭିଡିଓ ଦେଖି ନିଅନ୍ତୁ । ଆଗୁଆ ସତର୍କ ରୁହନ୍ତୁ ଆଉ ଜାଣି ନିଅନ୍ତୁ କେତେ ଚାର୍ଜ ଲାଗିବ ।
ଜଏନିଂ ଫି ଏବଂ ବାର୍ଷିକ ଚାର୍ଜ :
କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରୁଥିବା ପ୍ରାୟ ସମସ୍ତ ବ୍ୟାଙ୍କରେ ଆପଣଙ୍କ ଠାରୁ ଜଏନିଂ ଫି ଏବଂ ବାର୍ଷିକ ଚାର୍ଜ ଆଦାୟ କରିଥାଏ । ତେବେ ଜଏନିଂ ଫି କେବଳ ଥରେ ଦେବାକୁ ପଡିଥାଏ କିନ୍ତୁ ବାର୍ଷିକ ଚାର୍ଜ ପ୍ରତିବର୍ଷ ଦେୟ ଦେବାକୁ ପଡିଥାଏ । ଯଦିଓ କିଛି ବ୍ୟାଙ୍କ ଏହି ଫି ଆଦାୟ କରନ୍ତି ନାହିଁ କିନ୍ତୁ ଗ୍ରାହକଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥାନ୍ତି ଯେ ପ୍ରତିବର୍ଷ ଏଥିପାଇଁ ବାର୍ଷିକ ଚାର୍ଜରେ ରିହାତି ଦିଆଯିବ ।
ବିଲ୍ ନ ଦେଲେ ଲାଗିବ ଜରିମାନା:
ଯଦି କ୍ରେଡିଟ୍ କାର୍ଡ ନେବା ପରେ ଆପଣ ଏହାର ବିଲ୍ ଠିକ୍ ସମୟରେ ପୈଠ ନ କରନ୍ତି, ତେବେ ଏଥପାଇଁ ଜରିମାନା ଦେବାକୁ ପଡିବ । ଏଥିସହ ବକେୟା ରାଶି ଉପରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । କ୍ରେଡିଟ କାର୍ଡର ବକେୟା ରାଶି ଉପରେ ସୁଧ ସର୍ବାଧିକ ହୋଇଥାଏ । ଏହାର ହାର ୪୦ ରୁ ୪୨ ପ୍ରତିଶତ ହୋଇପାରେ ।
ପେଟ୍ରୋଲ ପମ୍ପରେ ବ୍ୟବହୃତ ହେଲେ ସରଚାର୍ଜ ଲାଗୁ ହୁଏ:
ଅଧିକାଂଶ ଲୋକ ଜାଣି ନାହାଁନ୍ତି ଯେ ସମସ୍ତ ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲ ଭରିବା ପାଇଁ ସରଚାର୍ଜ ବା ଏକ୍ସଟ୍ରା ଚାର୍ଜ ଆଦାୟ କରନ୍ତି। କିନ୍ତୁ କିଛି ବ୍ୟାଙ୍କ ଫେରସ୍ତ କିମ୍ବା କ୍ୟାସବ୍ୟାକ୍ ଆକାରରେ ଏହି ଚାର୍ଜ ଫେରାଇ ଥାଆନ୍ତି । ଏହାକୁ ଫେରସ୍ତ ପାଇଁ ମଧ୍ୟ ଏକ ସୀମା ରହିଛି । ଯଦି କେହି ତା’ଠାରୁ ଅଧିକ ତେଲ ପାଇଁ ଦେୟ ଦିଅନ୍ତି, ତେବେ ସେ ଚାର୍ଜ ଫେରସ୍ତ ପାଇବେ ନାହିଁ ।
ନଗଦ ପ୍ରତ୍ୟାହାର ଚାର୍ଜ:
ଅନ୍ଲାଇନ୍ ଏବଂ ଅଫଲାଇନ୍ ସପିଂ ପାଇଁ ସ୍ବାଇପ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର ହୁଏ । ଆବଶ୍ୟକ ହେଲେ ଆପଣ ଏଥିରୁ ନଗଦ ରାଶି ମଧ୍ୟ ବାହାର କରିପାରିବେ, କିନ୍ତୁ ବ୍ୟାଙ୍କ ଏହା ଉପରେ ଏକ ଚାର୍ଜ ଆଦାୟ କରେ । ଯେତେବେଳେ ଆପଣ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରନ୍ତି ଅଧିକାଂଶ ବ୍ୟାଙ୍କ ଏବଂ ଏଜେଣ୍ଟ ଆପଣଙ୍କୁ ଏହି ଚାର୍ଜ ବିଷୟରେ କେବେ ବି କୁହନ୍ତି ନାହିଁ ।