ପୁଣି ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି, ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ଦୁହେଁ ପରସ୍ପରକୁ ଆଲିଙ୍ଗନ କଲେ
ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ପରସ୍ପରକୁ ଆଲିଙ୍ଗନ କରି ଚର୍ଚ୍ଚାରେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି । ଦିଲ୍ଲୀ-ବାଙ୍ଗାଲୋର ପ୍ରଥମ ମ୍ୟାଚ୍ ପରେ କୋହଲି ସବୁ ଖେଳାଳିଙ୍କ ସହିତ ହାତ ମିଳାଇଥିଲେ ମଧ୍ୟ ଗାଙ୍ଗୁଲିଙ୍କ ସହିତ ହାତ ନମିଳାଇବାରୁ ଖୁବ୍ ଚର୍ଚ୍ଚା ହୋଇଥିଲା ।
ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ପରସ୍ପରକୁ ଆଲିଙ୍ଗନ କରି ଚର୍ଚ୍ଚାରେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି । ବାଙ୍ଗାଲୋର ଏକ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୫ ଏପ୍ରିଲକୁ ହାଇଭୋଲଟେଜ ଆଇପିଏଲ୍ ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା । ଏହି ମ୍ୟାଚରେ ପର ବିରାଟ କୋହଲି ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା । ମ୍ୟାଚ୍ ପରେ ଦୁହେଁ ପରସ୍ପର ସହିତ କରମର୍ଦ୍ଦନ କରିନଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।
ତେବେ ଗତକାଲି ମ୍ୟାଚ ପରେ ଏବେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିବାକୁ ନେଇ ନୂଆ ଚର୍ଚ୍ଚା । କିଛି ଦିନ ତଳେ ଆଇପିଏଲରେ ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ଭିତରେ ଥିବା ତିକ୍ତ ସମ୍ପର୍କକୁ ନେଇ ଚର୍ଚ୍ଚା ହେଲା । ଦିଲ୍ଲୀ-ବାଙ୍ଗାଲୋର ପ୍ରଥମ ମ୍ୟାଚ୍ ପରେ କୋହଲି ସବୁ ଖେଳାଳିଙ୍କ ସହିତ ହାତ ମିଳାଇଥିଲେ ମଧ୍ୟ ଗାଙ୍ଗୁଲିଙ୍କ ସହିତ ହାତ ନମିଳାଇବାରୁ ଖୁବ୍ ଚର୍ଚ୍ଚା ହୋଇଥିଲା । ଏଥିପାଇଁ କୋହଲିଙ୍କୁ ଦୋଷ ବି ଦିଆଗଲା । କିନ୍ତୁ ଗତକାଲି ଆରସିବି ଓ ଦିଲ୍ଲୀ କ୍ୟାପିଟାଲସ ଦ୍ୱିତୀୟ ମ୍ୟାଚ୍ ବେଳେ କୋହଲି ଓ ଗାଙ୍ଗୁଲି ପରସ୍ପରୁ ଆଲିଙ୍ଗନ କରିବା ସହ ବେଶ୍ ହସଖୁସିରେ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା ।
एक्शन का रिएक्शन ऐसा होना चाहिए. यही लीजेंड की पहचान होती है. happy for Sourav Ganguly….#IPL2O23 #SouravGanguly #DelhiCapitals #ViratKohli pic.twitter.com/gf8KWsngLY
— Shivam शिवम (@shivamsport) May 6, 2023
ପ୍ରଥମେ କୋହଲିଙ୍କ ଆଡ଼କୁ ଆସିଥିଲେ ଗାଙ୍ଗୁଲି । କୋହଲି ମଧ୍ୟ ତାଙ୍କ ପାଖକୁ ଆସି ଆଲିଙ୍ଗନ କରିଥିଲେ । ଏବେ ସେମାନଙ୍କ ଏହି ଫଟୋ ପୁଣି ଭାଇରାଲ ହେବାରେ ଲାଗିଛି ।
୨୦୨୧ରେ ଗାଙ୍ଗୁଲି ବିସିସିଆଇ ସଭାପତି ଥିବା ବେଳେ କୋହଲି ଟି-୨୦ ଅଧିନାୟକତ୍ୱରୁ ଓହରିଯିବା ପରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ବିଦା କରାଯାଇଥିଲା । ଏହି ଘଟଣା ପରେ ବିରାଟ ଓ ସୌରଭଙ୍କ ଭିତରେ ତିକ୍ତତା ଆରମ୍ଭ ହୋଇଥିଲା ।
ଆଇପିଏଲରେ ପ୍ରଥମ ମ୍ୟାଚ୍ ବେଳେ ହାତ ନମିଳାଇବା ଘଟଣା ପରେ ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଅନ୍ଫଲୋ କରିଥିଲେ ।