ଅଭିଯୋଗ ଆଣିଲେ ଅଜୟ ମାକନ୍‌, କେଜରିୱାଲଙ୍କ ବଙ୍ଗଳାରେ ଖର୍ଚ୍ଚ ହୋଇଛି ୧୭୧ କୋଟି ଟଙ୍କା, ଭଙ୍ଗାଯାଇଛି ଅଫିସର୍‌ଙ୍କ ଘର!

କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନର ସୌନ୍ଦର୍ଯ୍ୟକରଣକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି, କେଜରିୱାଲଙ୍କ ବଙ୍ଗଳାରେ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନର ସୌନ୍ଦର୍ଯ୍ୟକରଣକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କେଜରିୱାଲଙ୍କ ଉଦ୍ଦେଶ୍ୟରେ ଆକ୍ରମଣାତ୍ମକ ଢଙ୍ଗରେ କହିଛନ୍ତି ଯେ ଦିଲ୍ଲୀ ସିଏମ୍‌ଙ୍କ ବଙ୍ଗଳାରେ ୪୫ କୋଟି ନୁହେଁ, ବରଂ ୧୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ମହଲର ସମ୍ପ୍ରସାରଣ ପାଇଁ ଅଧିକାରୀମାନଙ୍କ ଘର ମଧ୍ୟ ବର୍ତ୍ତି ନ ଥିଲା। ଏହି ଘରଗୁଡ଼ିକୁ ଭାଙ୍ଗି ଦିଆଯାଇ ଖେଲ୍‌ ଗ୍ରାମରେ ସେମାନଙ୍କ ପାଇଁ ୨୧ଟି ଫ୍ଲାଟ କିଣାଯାଇଥିଲା। ପ୍ରତ୍ୟେକ ଫ୍ଲାଟ୍‌ର ମୂଲ୍ୟ ୬ କୋଟି ଟଙ୍କା।

ଅଜୟ ମାକନ୍ କହିଛନ୍ତି, ବଜେଟ୍‌ରେ ସିଏମ୍ ବାସଭବନରେ ୪୫ କୋଟି କିମ୍ବା ୧୭୧ କୋଟି ଟଙ୍କା ବ୍ୟୟ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଗୃହ ନିର୍ମାଣରେ ନିୟମ ଉଲ୍ଲଂଘନ କରାଯାଇଛି। ଏପରି କି, ବିଳାସପୂର୍ଣ୍ଣ ଐତିହ୍ୟ କୋଠାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ମହଲ ନିର୍ମାଣ ପାଇଁ ଗଛଗୁଡ଼ିକୁ ମଧ୍ୟ ଛଡ଼ାଯାଇ ନ ଥିଲା। ୨୮ଟି ଗଛ କଟାଯାଇଥିଲା।

ଅଜୟ ମାକନଙ୍କ ଅଭିଯୋଗ ଅନୁସାରେ, ଅରବିନ୍ଦ କେଜରିୱାଲଙ୍କ ବଙ୍ଗଳାରେ ଭିଏତନାମରୁ ମାର୍ବଲ ବ୍ୟବହୃତ ହୋଇଛି ଏବଂ ଇଣ୍ଟେରିୟର ଡିଜାଇନ୍ ନାମରେ ବହୁ ଅର୍ଥ ବ୍ୟୟ କରାଯାଇଛି। କଂଗ୍ରେସ ନେତା ସାମ୍ବାଦିକ ସମ୍ମିଳନୀ କରି ସିଏମ୍‌ କେଜରିଓ୍ଵାଲଙ୍କ ଉପରେ ଏଭଳି ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ କେଜରିଓ୍ଵାଲ ନିଜକୁ ଆମ୍‌ ଆଦ୍‌ମୀ ଦେଖାଇବା ପାଇଁ ନିଜ ସାଇଜ୍‌ଠାରୁ ବଡ଼ କପଡ଼ା ପିନ୍ଧନ୍ତି। ଟଙ୍କିକିଆ କଲମ ରଖନ୍ତି ଏବଂ ଚପଲ ପିନ୍ଧନ୍ତି। ମାକନ୍‌ଙ୍କ ଦାବି ହେଲା, କେଜରିଓ୍ଵାଲଙ୍କ ବାସଭବନ ୧୭୧ କୋଟିରେ ନିର୍ମିତ ହୋଇଛି।