କାହିଁକି କୈଳାସ ପର୍ବତକୁ ଚଢି ପାରନ୍ତିନି ଲୋକେ ?

ହିନ୍ଦୁ ଧର୍ମରେ କୈଳାସ ପର୍ବତର ଖୁବ ମହତ୍ୱ ରହିଛି । ଏହାକୁ ଭଗବାନ ଶିବଙ୍କର ନିବାସ ସ୍ଥଳୀ ଭାବେ ମନାଯାଏ । କିନ୍ତୁ ଏହି ପର୍ବତକୁ ନେଇ ବହୁ ରହସ୍ୟ ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ । କୈଳାସ ପର୍ବତକୁ ଚଢି ନ ପାରିବା ପଛରେ ରହିଛି ଏହି ସବୁ ପ୍ରମୁଖ କାରଣ, ଆଜି ହିଁ ଜାଣନ୍ତୁ

ହିନ୍ଦୁ ଧର୍ମରେ କୈଳାସ ପର୍ବତର ଖୁବ ମହତ୍ୱ ରହିଛି । ଏହାକୁ ଭଗବାନ ଶିବଙ୍କର ନିବାସ ସ୍ଥଳୀ ଭାବେ ମନାଯାଏ । କିନ୍ତୁ ଏହି ପର୍ବତକୁ ନେଇ ବହୁ ରହସ୍ୟ ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ । ଏହାରି ଭିତରେ ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରକୁ ପ୍ରାୟ ୭୦୦୦ ରୁ ଅଧିକ ଲୋକ ଚଢି ସାରିଥିବା ବେଳେ କୈଳାସ ପର୍ବତକୁ ଆଜି ପର୍ଯ୍ୟନ୍ତ କେହି ଛୁଇଁ ପାରିନାହାନ୍ତି। ଯେବେକି ଏଭରେଷ୍ଟ ଉଚ୍ଚତା ଠାରୁ କୈଳାସର ଉଚ୍ଚତା ପ୍ରାୟ ୨୦୦୦ ମିଟର ଅଧିକ ।

କାହିଁ କେଉଁ କାଳରୁ ଏ ପର୍ବତକୁ ନେଇ ବହୁ କାହାଣୀ ଶୁଣିବାକୁ ମିଳେ ।ହିମାଳୟ ପର୍ବତ ମାଳାରେ ଅବସ୍ଥିତ କୈଳାସ ପର୍ବତ ଆଜି ବିଜ୍ଞାନ ଯୁଗରେ ଏକ ରହସ୍ୟ ହୋଇରହିଛି। କାରଣ କୌଣସି ଲୋକ ଆଜି ପର୍ଯ୍ୟନ୍ତ କୈଳାସ ପର୍ବତ ଶିଖରରେ ପହଞ୍ଚିବାକୁ ସକ୍ଷମ ହୋଇନାହାଁନ୍ତି। କେତେକଙ୍କ ମତରେ ଏଠାରେ ଭଗବାନ ମହାଦେବ ଶିବ ପ୍ରତ୍ୟକ୍ଷ ଭାବେ ବାସ କରୁଥିବାରୁ ଏଠାକୁ କୌଣସି ବ୍ୟକ୍ତି ଜୀବିତ ଅବସ୍ଥାରେ ଆସିପାରନ୍ତି ନାହିଁ । ମଣିଷର ମୃତ୍ୟୁ ପରେ ବା ଯେଉଁ ବ୍ୟକ୍ତି ନିଜ ଜୀବନ କାଳ ଭିତରେ କୌଣସି ପାପ କରିନଥାଏ ସେ ହିଁ କେବଳ ଏହାର ଶିଖର ପର୍ଯ୍ୟନ୍ତ ପହଞ୍ଚି ପାରିଥାଏ ।

ଏହା ମଧ୍ୟ କୁହାଯାଏ କି ଏହି ପବିତ୍ର ପର୍ବତକୁ ଚଢ଼ିବାକୁ ଚେଷ୍ଟା କରିବା କ୍ଷଣି ବ୍ୟକ୍ତି ନିଜ ଦୃଷ୍ଟି ଶକ୍ତି ହରାଇ ବସେ । ଏହି କାରଣରୁ ବି ଏହି ଶିଖରକୁ ଆଜି ପର୍ଯ୍ୟନ୍ତ କେହି ଚଢି ପାରି ନାହାନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ପର୍ବତାରୋହୀ ନିଜ ବହିରେ ଲେଖିଥିଲେ କି ଏହି ପର୍ବତ ଉପରେ ମଣିଷ ଶରୀରର କେଶ ଓ ନଖ ଖୁବ ତୀବ୍ର ଗତିରେ ବଢିବାକୁ ଲାଗିଥାଏ । ଆଉ ମଧ୍ୟ ପର୍ବତରେ ଅଧିକ ମାତ୍ରାରେ ରେଡ଼ିଓ ଆକ୍ଟିଭ ରହିଥାଏ । ଯାହାକି ମନୁଷ୍ୟ ସମେତ କୌଣସି ଜୀବ ଜଗତକୁ ତିଷ୍ଠିବାକୁ ଅସମ୍ଭବ କରିଦେଇଥାଏ । ଅନ୍ୟ ପକ୍ଷରେ କୈଳାସ ପର୍ବତର ଶ୍ଳୋପ ୬୫ ଡିଗ୍ରୀ ଠାରୁ ଅଧିକ ରହିଥାଏ । ଯାହା ଦ୍ୱାରା ଏହି ପର୍ବତ ଚଢିବା ଅସମ୍ଭବ ମଧ୍ୟ ହୋଇଥାଏ ।

ରୁଷର ଏକ ପର୍ବତାରୋହୀଙ୍କ ଅନୁଯାୟୀ ସେ ଯେବେ ଏହାର ପାଖକୁ ଯାଇଥିଲେ ତାଙ୍କ ଛାତିର ବେଗ ହଟାତ ବଢିଯାଇଥିଲା । ସେ ଖୁବ ଅଣନିଶ୍ୱାସୀ ଅନୁଭବ କରିଥିଲେ । ଏହା ମଧ୍ୟ ଦାବି କରାଯାଇଛି ଯେ ଏଭରେଷ୍ଟ ବୈଷୟିକ ଦୃଷ୍ଟିକୋଣରୁ ସହଜ। ହେଲେ କୈଳାସ ପର୍ବତ ଉପରକୁ ଚଢିବାକୁ କୌଣସି ଉପାୟ ନାହିଁ। ଏଠାରେ ସବୁ ସ୍ଥାନରେ ଖାଲି ପଥର ରହିଛି। ହେଲେ କୈଳାସ ପର୍ବତ ଉପରକୁ ଚଢି ନ ପାରିବାର ପଛରେ ଆହୁରି ଅନେକ କାରଣ ରହିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।

ପ୍ରକୃତରେ କୈଳାଶ ପର୍ବତ ଉପରେ କାହିଁକି କେହି ଚଢ଼ି ପାରୁନାହାଁନ୍ତି। ବେଦରେ ଉଲ୍ଲେଖ ଅଛି କୈଳାଶ ପର୍ବତରେ ଭଗବାନ୍ ଶିବ ରୁହନ୍ତି ଆଜିବି ଭୌତିକ ଲୋକରେ ଶିବ ଚଳ ପ୍ରଚଳ କରନ୍ତି। ପୁରାଣରେ ବି ଭଗବାନ୍ ଶିବଙ୍କୁ ମହାଶକ୍ତି କୁହାଯାଏ । ହୁଏତ ଏଠାରେ ଭଗବାନ୍ ଶିବଙ୍କ ଶକ୍ତିର କୌଣସି ପ୍ରଭାବ ରହିଛି। କାରଣ ଆଜିବି ତପସ୍ୱୀ କୈଳାଶ ପର୍ବତକୁ ଆସନ୍ତି ଭଗବାନ୍ ଶିବଙ୍କ ଆଶୀର୍ବାଦ ନେବାପାଇଁ । ମାନ୍ୟତା ରହିଛି ଆଜିବି ଭଗବାନ୍ ଶିବ କୈଳାଶ ପର୍ବତରେ ଅଛନ୍ତି।

ଅନ୍ୟପଟେ ବିଶ୍ଵର ବଡ ବଡ଼ ବୈଜ୍ଞାନିକଙ୍କ କହିବା ହେଲା ଏହି ସ୍ଥାନରେ ବହୁ ମାତ୍ରାରେ ରେଡ଼ିଓ ଆକ୍ଟିଭ୍ ଅଛି । ଯାହାର ପ୍ରଭାବ ଆମ ଉପରେ ପଡେ। ତେବେ ଭଗବାନ୍ ଶିବଙ୍କ ଶକ୍ତିର ଏହା ପ୍ରଭାବ କି ରେଡ଼ିଓ ଆକ୍ଟିଭ୍ ଏହାର କାରଣ ତାର ଉତ୍ତର କେବଳ ଏହି ପର୍ବତରେ ଲୁଚି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.