ସରକାର ଚାଷୀଙ୍କୁ ଦେବେ ୩ ଲକ୍ଷ ଟଙ୍କା

କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । ବିତ୍ତ ମନ୍ତ୍ରୀଙ୍କ ଆଦେଶ, ଏବେ ସରକାର ଚାଷୀଙ୍କୁ ଦେବେ ୩ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି ଦେଶର କୋଟି କୋଟି କୃଷକଙ୍କୁ ସରକାରଙ୍କ ତରଫରୁ ମିଳିବ ୩ ଲକ୍ଷ ଟଙ୍କା । କୃଷକଙ୍କ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସମସ୍ୟା ଚାଲୁ ରହିଥିବା ବେଳେ ବର୍ତ୍ତମାନ ଏକ ଉପହାର ଆଣିଛନ୍ତି ସରକାର । ଏହି ଟଙ୍କା ଏବେ କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ଖୁବ ସାହାଯ୍ୟ କରିବ । ଦେଶର କୃଷକଙ୍କ ଆର୍ଥିକ ବିକାଶ ପାଇଁ ନୂଆ ନିୟମ ଆଣିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କିସାନ ଯୋଜନା ବ୍ୟତୀତ ସରକାର କୃଷକଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ (KCC) ସୁବିଧା ମଧ୍ୟ ଦେଉଛନ୍ତି । ଏହାଦ୍ୱାରା କୃଷକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ମିଳିପାରିବ । ଏଥିପାଇଁ ପିଏମ କିସାନ ଯୋଜନାର ସମସ୍ତ ହିତାଧିକାରୀ ଙ୍କୁ କିସାନ କ୍ରେଡିଟ କାର୍ଡ ଇସୁ କରିବା ପାଇଁ ଆଦେଶ ଦେଇଛନ୍ତି । ଦେଶର ସବୁଠୁ କମ୍ ସୁଧ ଥିବା ଏହି ଯୋଜନା ଜରିଆରେ କୃଷକମାନଙ୍କୁ ଆର୍ଥିକ ସହାୟତା ମିଳିଥାଏ । ଅନେକ ସମୟରେ କୃଷକଙ୍କୁ କେସିସି ଲୋନ ରାଶିରେ ସବସିଡି ମଧ୍ୟ ଘୋଷଣା କରାଯାଇଥାଏ । ତେବେ ଅଧିକାଂଶ ଚାଷୀ କୃଷି କ୍ଷେତ୍ରରେ ଆବଶ୍ୟକ ଅନୁସାରେ ଏଥିରେ ଟଙ୍କା ନେଇଥାନ୍ତି । ସାହୁକାରଙ୍କ ସୁଧହାର ଦାଉରୁ ରକ୍ଷା କରିବା ପାଇଁ କୃଷକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଉଛି ।

ଏଥିପାଇଁ ଆପଣ ଆଧାର କାର୍ଡ, ପ୍ୟାନ ନମ୍ବର, ଫଟୋ ବ୍ୟବହାର କରି ଫର୍ମ ପୁରଣ କରିପାରିବେ । ଏହା ପରେ ଆପଣଙ୍କର ଅନ୍ୟ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଅଛିକି ନାହିଁ, ସେଥିରେ ଆପଣ କରଜ ଦାର ଅଛନ୍ତି କି ସେନେଇ ବ୍ୟାଙ୍କ ତରଫରୁ ତନାଘନା କରାଯିବ | ଆଉ ଏକ ଜରୁରୀ କଥା ହେଉଛି କେସିସି ପରିଧିକୁ ବଢ଼ା ଯାଇଛି । କ୍ଷେତ ଚାଷୀଙ୍କ ବ୍ୟତୀତ ପଶୁପାଳନ, ମତ୍ସ୍ୟ ପାଳନ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ବୋଲି ଘୋଷଣା ହୋଇଛି । ଏଥିପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିଯାଇପାରିବ । ଏଥିପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରଖା ଯାଇଥିବା ବେଳେ ସର୍ବାଧିକ ବୟସ ୭୫ ବର୍ଷ ରଖାଯାଇଛି ।

କେସିସି ଅଧୀନରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଦ୍ଧା ହାରରେ ୩ ଲକ୍ଷ ପର୍ଯ୍ୟନ୍ତ ସୁଧ ମିଳିଯାଇପାରିବ । ଆଉ ସମୟରେ କିସ୍ତି ଦେଲେ ୩ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଅର୍ଥାତ ସଚ୍ଚୋଟ କୃଷକ ମାନଙ୍କୁ ମାତ୍ର ୪ ପ୍ରତିଶତ ହାରରେ ହିଁ ଋଣ ମିଳିବ । ପିଏମ କିଷାନ ସ୍କିମ ଅନୁଯାୟୀ ଦେଶର ୧୧ କୋଟି କୃଷକଙ୍କ ଭୂମି ରେକର୍ଡ ଓ ସେମାନଙ୍କ ବାୟୋ ମେଟ୍ରିକ କେନ୍ଦ୍ର ସରକାରଙ୍କ ନିକଟରେ ରହୁଥିବାରୁ ଦୁଇ ସ୍କିମକୁ ଯୋଡି଼ ଦିଆଯାଇଥିବାରୁ ବ୍ୟାଙ୍କ ତରଫରୁ କୌଣସି ପ୍ରକାର ଠକାମୀ କରାଯାଇପାରିବ ନାହିଁ । ଆସନ୍ତା ଦିନରେ ଏହି ଲୋନ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇପାରେ ।

ପ୍ରଥମେ କେବଳ ମାତ୍ର ଚାଷ କରୁଥିବା ଚାଷୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ପଶୁପାଳକ, କୁକୁଡ଼ା ଚାଷ କରୁଥିବା ଲୋକଙ୍କୁ ବି ଏହି ସୁବିଧା ମିଳିପାରିବ । ଏହି କିସାନ କ୍ରେଡିଟ କାର୍ଡ ଜରିଆରେ ଏହି ଚାଷୀ ମାନଙ୍କୁ ଏକ ଲକ୍ଷ ୬୦ ହଜାର ଟଙ୍କାର ଲୋନ ବିନା କୌଣସି ଗ୍ୟାରେଣ୍ଟି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.